Masthead

ବିଚ୍ ଶାକ୍ସ ଯୋଜନାକୁ ପୁରୀରେ ତୀବ୍ର ବିରୋଧ

ପୁରୀ(ବଡ଼ ଖବର ବ୍ୟୁରୋ): ବିଚ୍ ଶାକ୍ସ ଯୋଜନାକୁ ପୁରୀର ସ୍ଥାନୀୟ ବାସିନ୍ଦାଙ୍କ ତୀବ୍ର ବିରୋଧ । ପୁରୀ ବେଳାଭୂମିରେ ବିଚ ଶାକ୍ସ ଯୋଜାନାକୁ କାର୍ଯ୍ୟକାରୀ କରିବାକୁ ସରକାର ତତ୍ପରତା ଦେଖାଉଛନ୍ତି । ତେବେ ପୁରୀ ଭଳି ଧାର୍ମିକ ତଥା ଐତିହ୍ୟ ସ୍ଥାନରେ ଏପରି ଯୋଜନା କାର୍ଯ୍ୟକାରୀ କରାଗଲେ ପରିସ୍ଥିତି ସାଂଘାତିକ ହେବା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି । ବିଚ ଶାକ୍ସ ଯୋଜନା ଦ୍ୱାରା ଗୋଆ ଭଳି ପୁରୀ ବେଳାଭୂମିରେ ମଧ୍ୟ ପର୍ଯ୍ୟଟକ ମାନଙ୍କୁ ମଦ୍ୟପାନର ବ୍ୟବସ୍ଥା କରାଯାଇପାରିବ । ପୁରୀ ବେଳାଭୂମିରେ ମଦ୍ୟପାନର ବ୍ୟବସ୍ଥା ପାଇଁ ଅନଲାଇନ ଆବେଦନ ଆରମ୍ଭ ହୋଇଥିବା ବେଳେ ଆଜି ଆବେଦନର ଶେଷ ତାରିଖ ରହିଛି ।

ପୁରୀ ଭଳି ଧାର୍ମିକ ସ୍ଥଳୀରେ ଏପରି ଯୋଜନାର କାର୍ଯ୍ୟକାରୀକୁ ବିଭିନ୍ନ ମହଲରୁ ବିରୋଧ ମଧ୍ୟ କରାଯାଇଛି । ତେବେ ପୁରୀ ଏପରି ଏକ ପବିତ୍ର ସ୍ଥାନ ଯେଉଁଠି ପ୍ରଭୁଙ୍କ ଦର୍ଶନ କଲେ ମୁକ୍ତି ମିଳେ । ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ପ୍ରଭୁ ବଡ଼ ଦାଣ୍ଡରେ ବୁଲନ୍ତି । ମଦ, ମାଂସ, ନୃତ୍ୟ କରି ଏପରି ଧାର୍ମିକ ସ୍ଥାନର ସଂସ୍କୃତିକୁ ଅବକ୍ଷୟ କରିବା, ଭାରତୀୟଙ୍କ ଯୁଗ ଯୁଗର ନୈତିକ, ମୌଳିକ ଅଧିକାର ଉପରେ ଆଘାତ ବୋଲି କହି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏହାକୁ ବିରୋଧ କରି ଗତକାଲି ୨୧ଟି ସଂଗଠନ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼