Masthead

ଅଗଷ୍ଟ ଅନଲକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ସାରା ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ। କଟକଣା ଭିତରେ ସବୁ ଖୋଲିବାକୁ ଅନୁମତି ଦିଆଯାଇଛି। ସବୁ ଦୋକାନ ବଜାର ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବ। ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗି ରହିବ। କେବଳ କଟକ, ଭୁବନେଶ୍ବର ଓ ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ।

କରୋନା ସଂକ୍ରମଣ ହାରକୁ ଦେଖି ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବିଭିନ୍ନ କଟକଣା କୋହଳ କରାଯାଇଛି। ଧାର୍ମିକ, ରାଜନୈତିକ, ସାଂସ୍କୃତିକ ସଭାସମିତି, ପ୍ରଦର୍ଶନୀ, ବାଣିଜ୍ୟିକ ମେଳା, ସାଧାରଣ ସମାବେଶ ଓ ମେଳା ମହୋତ୍ସବ ଆଦି ବନ୍ଦ ରହିବ। ସମୁଦ୍ରକୂଳ, ପାର୍କ, ଆହାର କେନ୍ଦ୍ର, ମଲ୍‌ ଆଦି ଖୋଲା ରହିବ। ଢାବା, ରେସ୍ତୋରାଁ, ହୋଟେଲ ଆଦିରେ ଖାଇବା ସ୍ଥାନର ୫୦% ଗ୍ରାହକଙ୍କୁ ନେଇ ଚାଲିପାରିବ। ରାସ୍ତାକଡ଼ ଦୋକାନରେ ଲୋକ କୋଭିଡ୍ ନିୟମ ମାନି ଖାଇପାରିବେ। ଆହାର କେନ୍ଦ୍ରରେ ବି ଲୋକ ବସିକି ଖାଇପାରିବେ।

ସେହିପରି ସିନେମା ହଲ୍‌, ପ୍ରେକ୍ଷାଳୟ, ଥିଏଟର୍, ନାଟ୍ୟଶାଳା ଏବଂ ସମ୍ମିଳନୀ କକ୍ଷଗୁଡ଼ିକ ୫୦% ଦର୍ଶକଙ୍କୁ ନେଇ ଚାଲିପାରିବ। ‌କେବଳ, କଟକ, ଭୁବନେଶ୍ବର ଓ ପୁରୀ ସହରରେ ସିନେମା ହଲ୍‌, ଥିଏଟର୍, ପ୍ରେକ୍ଷାଳୟ, ମଲ୍‌ ଆଦି ସ୍ଥାନକୁ ପ୍ରବେଶ କରିବାକୁ ହେଲେ ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ୨ଡୋଜ୍ ଟିକା ନେଇଥିବାର ପ୍ରମାଣ ଦେଖାଇବାକୁ ହେବ। ସବୁ ସ୍ଥାନରେ ନିତିଦିନିଆ ଓ ସାପ୍ତାହିକ ହାଟ ଖୋଲା ରହିବ। ଶ୍ରଦ୍ଧାଳୁମାନେ କଟକଣା ସହ ମନ୍ଦିର, ଧାର୍ମିକ ସ୍ଥଳ, ପୂଜା ସ୍ଥାନକୁ ଯାଇପାରିବେ କି ନାହିଁ ସେ ନିଷ୍ପତ୍ତି ଜିଲ୍ଲାପାଳ ଓ ପୌର କମିସନରମାନେ ନେବେ। ମନ୍ଦିରକୁ ଯାଉଥିବା ଭକ୍ତ ଓ ଶ୍ରଦ୍ଧାଳୁ ପ୍ରସାଦ ଓ ଭୋଗ ଲାଗି କରାଇପାରିବେ ନାହିଁ।

ଯାତ୍ରା, ଥିଏଟର, ଅପେରା ଓ ମୁକ୍ତାକାଶ ରଙ୍ଗମଞ୍ଚ ଆଦିରେ ଦର୍ଶକମାନେ ପରସ୍ପରଠାରୁ ୬ଫୁଟର ବ୍ୟବଧାନ ରଖି ବସିପାରିବେ। ହେଲେ ସବୁ କାର୍ଯ୍ୟକ୍ରମ ରାତି ୮ଟା ଭିତରେ ହେବ। ବିବାହ୨୫ଜଣ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ୨୦ଜଣ ବ୍ୟକ୍ତିଙ୍କୁ ନେଇ ଆୟୋଜନ ହେବ। ଇନ୍‌ଡୋର୍, ପାର୍କ, ୱାଟର ପାର୍କ, ଚିଡିଆଖାନା, ମୀନାବଜାର, ସୁଇମିଂ ପୁଲ୍ ଆଦି ଖୋ‌ଲିବ। ରାତ୍ରିକାଳୀନ କର୍ଫ୍ୟୁ, ସପ୍ତାହାନ୍ତ ସଟ୍‌ଡାଉନ୍ ସମୟରେ ଜରୁରୀକାଳୀନ ସେବା, ସ୍ବାସ୍ଥ୍ୟ ସେବା, କୋଭିଡ ପରୀକ୍ଷଣ, ଟିକାକରଣ ଆଦି କାର୍ଯ୍ୟ ଜାରି ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ