Masthead

ଅର୍ଜୁନ ରାମପାଲଙ୍କୁ ଏନସିବିର ସମନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡରେ ଡ୍ରଗ୍ସ ସଂଯୋଗ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ତଦନ୍ତ ଜାରି ରହିଛି । ମଙ୍ଗଳବାର ଦିନ ଏନସିବି ପୁଣି ଅର୍ଜୁନ ରାମପାଲଙ୍କୁ ଡକାଇଛି । ଏହାପୂର୍ବରୁ ଏନସିବି ଅର୍ଜୁନ ରାମପାଲ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡଙ୍କୁ ଅନେକ ଘଣ୍ଟା ଧରି ପଚରାଉଚରା କରିଥିଲା । ନଭେମ୍ବରରେ ଏଜେନ୍ସି ଅଭିନେତାଙ୍କ ଘରେ ଖୋଜାଖୋଜି କରିଥିଲା । ତାଙ୍କ ଘରୁ ଲାପଟପ୍, ମୋବାଇଲ ଫୋନ ଏବଂ ଟାବଲେଟ୍ ଭଳି ଉପକରଣ ଜବତ କରାଯାଇଥିଲା । ପରେ ତାଙ୍କୁ ଏନସିବି କାଯ୍ୟାଳୟକୁ ଡକାଯାଇଥିଲା । ଖୋଜାଖୋଜି ସମୟରେ ଅର୍ଜୁନଙ୍କ ଘରୁ କିଛି ଡ୍ରଗସ୍ ମିଳିନଥିଲା, କିନ୍ତୁ ଏଭଳି ଅନେକ ଔଷଧ ମିଳିଥିଲା ଯାହା ଏନଡିପିଏସ ଅଧୀନରେ ନିଷେଧ ।

ବଲିଉଡ ଡ୍ରଗ୍ସ କନେକ୍ସନ୍ ମାମଲାରେ ଏନସିବି ଏ ପଯ୍ୟନ୍ତ ଅନେକ ବଲିଉଡ ତାରକାଙ୍କୁ ପ୍ରଶ୍ନ କରିଛି । କିନ୍ତୁ ଅର୍ଜୁନ ରାମପାଲଙ୍କ ନାମ ଡ୍ରଗ୍ସ କନେକ୍ସନରେ ଦେଖାଯାଉଛି ଯେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କ ଭାଇ ଏନସିବି ଦ୍ୱାରା ଗିରଫ ହୋଇଥିଲେ । ସେହି ସମୟରେ ପଚରାଉଚରାବେଳେ ଅର୍ଜୁନ ରାମପାଲ ଗଣମାଧ୍ୟମକୁ କହିଥିଲେ ଯେ ‘ଡ୍ରଗ୍ସ ସହ ମୋର କୌଣସି ସମ୍ପର୍କ ନାହିଁ । ମୋ ଘରୁ କିଛି ଔଷଧ ମିଳିଲା, ଯାହାର ମୁଁ ଏନସିବିକୁ ପ୍ରେସକ୍ରିପସନ୍ ଦେଇଛି । ମୁଁ ଅନୁସନ୍ଧାନରେ ସମ୍ପୂର୍ଣ୍ଣ ସହଯୋଗ କରୁଛି । ଏନସିବି ବହୁତ ଭଲ କାମ କରୁଛି । ଏହା ପୂର୍ବରୁ ନଭେମ୍ବର ୨୧ରେ ଏନସିବି ମୁମ୍ବାଇର ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ଘରେ ଚଢାଉ କରିଥିଲା । ସେମାନଙ୍କ ଘରୁ ଗଂଜେଇ ଉଦ୍ଧାର କରାଯାଇଥିଲା । ତାଙ୍କୁ ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ଜାମିନ ପ୍ରଦାନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ