(ବଡ଼ ଖବର ବ୍ୟୁରୋ): ଆଜି ବ୍ରୋଞ୍ଚ ପାଇଁ ଲଢିବେ ବିଶ୍ୱ ବିଜୟିନୀ ପିଭି ସିନ୍ଧୁ । ଶନିବାର ମହିଳା ଏକକ ସେମିଫାଇନାଲରେ ରିଓ ରୌପ୍ୟ ବିଜୟିନୀ ଭାରତୀୟ ମହିଳା ୧୮-୨୧. ୧୨-୨୧ରେ ବିଶ୍ୱର ଏକ ନମ୍ବର ତାଇ ଟିୟୁ-ୟିଙ୍ଗଙ୍କ ଠାରୁ ହାରି ଫାଇନାଲରେ ପହଞ୍ଚିବାରେ ବିଫଳ ହୋଇଥିଲେ ।
ସିନ୍ଧୁଙ୍କ ବିପକ୍ଷ ମ୍ୟାଚ ଏହା ତାଇଙ୍କ ୧୪ ତମ ବିଜୟ । ତେବେ ଆଜି ୨୬ ବର୍ଷୀୟା ସିନ୍ଧୁ ଏବେ ବ୍ରୋଞ୍ଚ ପଦକ ପାଇଁ ମୁସାଶିନୋ ଫରେଷ୍ଟ କାର୍ମରେ ଚିନର ବିଙ୍ଗ ଜିଆଓଙ୍କୁ ଭେଟିବେ ।