ମିଜୋରାମରେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ସଙ୍କଟ

ଆସାମ (ବଡ଼ ଖବର ବ୍ୟୁରୋ): ଆସାମ ଏବଂ ମିଜୋରାମ ମଧ୍ୟରେ ଚାଲିଥିବା ସୀମା ବିବାଦର ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଦୁଇ ରାଜ୍ୟ ସରକାର ରାଜି ହୋଇଛନ୍ତି। କିନ୍ତୁ ଆସାମ ଏବେ ମିଜୋରାମକୁ ଔଷଧ ପଠାଉନଥିବା ଅଭିଯୋଗ ହୋଇଛି। କରୋନା ମହାମାରୀ ବେଳେ ଆସାମରୁ ଔଷଧ ମିଳୁନଥିବାରୁ ମିଜୋରାମ ଡ୍ରଗ୍ସ ଆସୋସିଏସନର ଚିନ୍ତା ବଢିଯାଇଛି । ସ୍ଥିତି ସ୍ୱାଭାବିକ କରିବା ପାଇଁ ମିଜୋରାମ କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ ମିଜୋରାମର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛି । ମିଜୋରାମକୁ ଔଷଧ ନଆସିବା ପଛରେ ଆସାମ ସରକାର ମୁଖ୍ୟ ବାଧକ ସାଜିଛନ୍ତି ।

ଆସୋସିଏସନ ଦାବି କରିଛି ଯେ ‘ସୁରକ୍ଷା ନାମରେ ଆସାମ ସରକାର ନିଜ ପୁଲିସର ସହାୟତାରେ ଗୌହାଟିରେ ସମସ୍ତ ପରିବହନକାରୀଙ୍କୁ ୨୯ ଜୁଲାଇରୁ ଅଟକ ରଖିଛନ୍ତି। ମିଜୋରାମକୁ ଯେମିତି କୌଣସି ସାମଗ୍ରୀ କିମ୍ବା ଔଷଧ ନଆସିବ ସେ ନେଇ ବ୍ୟବସ୍ଥା ହୋଇଛି। କୋଭିଡ୍ ଭଳି ପରିସ୍ଥିତିରେ ଆସାମ ପ୍ରାଣ ରକ୍ଷାକାରୀ ଔଷଧକୁ ମିଜୋରାମକୁ ଛାଡୁ ନାହିଁ। ତେଣୁ ରାଜ୍ୟରେ ଏବେ ଆଉ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶ କରାଯାଉଛି । ମିଜୋରାମରେ ଏଭଳି ପରିସ୍ଥିତି ପୂର୍ବରୁ କେବେ ହୋଇ ନାହିଁ। ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ହେବା ଦରକାର ବୋଲି ଆସୋସିଏସନ ସରକାରଙ୍କୁ ନିବେଦନ କରିଛି। ମିଜୋରାମ ସ୍ୱାସ୍ଥ୍ୟମନ୍ତ୍ରୀ ଆର ଲାଲଥାଙ୍ଗଲିଆନା କହିଛନ୍ତି, ସୀମା ବିବାଦ ପରେ ବାରକ ଉପତ୍ୟକା ଅଞ୍ଚଳରେ ଅବରୋଧ ହେତୁ କରୋନା ଟେଷ୍ଟ କିଟ୍ ସମେତ ଚିକିତ୍ସା ସାମଗ୍ରୀ ଆସାମରୁ ଆସୁ ନାହିଁ।

ଜୁଲାଇ ୨୬ରେ ଘଟିଥିବା ସୀମାରେ ରକ୍ତାକ୍ତ ସଂଘର୍ଷ ଘଟଣାକୁ ସୁପ୍ରିମକୋର୍ଟକୁ ନେବେ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି । ରକ୍ତାକ୍ତ ସଂଘର୍ଷ ଘଟଣାର ତଦନ୍ତ କରିବାକୁ ମିଜୋରାମ ସରକାର ଅନୁମତି ଦେଉ ନଥିବାରୁ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ତେଣେ ଦୁଇ ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆସାମ ସରକାର ମିଜୋରାମକୁ ଅତ୍ୟାବଶ୍ୟକ ସାମଗ୍ରୀ ଛାଡୁ ନଥିବାରୁ ବିଷମ ପରିସ୍ଥିତି ଉପୁଜିଛି ।

ଆକାଶମାର୍ଗରୁ ଏରିଏଲ୍ ସର୍ଭେ କରାଯାଇ ଦୁଇ ରାଜ୍ୟର ସୀମା ନିର୍ଦ୍ଧାରଣ ହେବ ବୋଲି କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଦୁଇ ରାଜ୍ୟର ଜନସାଧାରଣ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ଦୁଇ ରାଜ୍ୟର ସୀମା ସହିତ ୩୦୬ ନମ୍ବର ଜାତୀୟ ରାଜପଥରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ମୁତୟନ ହୋଇଛନ୍ତି । ତଥାପି ଆସାମ ଯୋଗୁଁ ମିଜୋରାମରେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ସଙ୍କଟ ଲାଗିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ