ଥାନା ଭିତରେ ଓକିଲଙ୍କୁ ଥାର୍ଡ ଡିଗ୍ରୀ

ସୋର (ବଡ଼ ଖବର ବ୍ୟୁରୋ): ସୋର ଥାନା ଭିତରେ ଓକିଲଙ୍କୁ ମାଡ଼ ମାରିବା ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ । ଥାନା ଭିତରେ ସୋର ଓ ନୟାପଲ୍ଲୀ ପୋଲିସ ଓକିଲଙ୍କୁ ମାଡ ମାରିଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଜୁଲାଇ ୪ ତାରିଖ ରାତିରେ ସୋର ପୋଲିସ ଓ ନୟାପଲ୍ଲୀ ପୋଲିସ କୌଣସି କାରଣ ନଥାଇ ଆଇନଜିବୀ ଧୀରେନ୍ଦ୍ର ଦାସଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲେ । ସ୍ଥାନୀୟ କଲେଜ ଛକ ଭଡ଼ା ଘରୁ ଆଣି ଥାନାରେ ନିସ୍ତୁକ ମାଡ଼ ମାରିବା ପରେ ୧୨ ଘଣ୍ଟା ଧରି ଥାନାରେ ଅଟକ ରଖିଥିଲେ ।

ବର୍ତ୍ତମାନ ଏହି ଘଟଣାରେ ସିସିଟିଭି ଫୁଟେଜ ପୋଲିସ ଦବଙ୍ଗଗିରିକୁ ସାମ୍ନାକୁ ଆଣୁଛି । ପୋଲିସର କାମ ସୁରକ୍ଷା ଦେବା ଥିବାବେଳେ ଏଠି ପୋଲିସ ଜଣେ ବ୍ୟକ୍ତିଙ୍କ ଉପରେ ଥାନା ଭିତରେ ହାତ ଉଠାଉଛି । ଖାଲି ହାତ ଉଠାଇନାହିଁ ୧୨ ଘଣ୍ଟା ଧରି ଥାନାରେ ଅଟକ ରଖିଛି । ଏନେଇ ଦୀର୍ଘ ଦିନ ଧରି ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ।

ଓକିଲ ସଂଘ ପକ୍ଷରୁ ଜିଲ୍ଲା ଏସପିଙ୍କୁ ଭେଟି ସମ୍ପୃକ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲେ ମଧ୍ୟ ଆଜି ଯାଏ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସାରା ଜିଲ୍ଲାରେ କାର୍ଯ୍ୟବନ୍ଦ କରୁଛି ସଂଘ । ଯିଏ ସୁରକ୍ଷା ଦେବା କଥା ସିଏ ଯଦି ଏଭଳି କାମ କରିବ ତାହାଲେ ସାଧାରଣ ଜନତା କାହାକୁ ଭରସା କରିବେ । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ଏଥିରେ କଣ ପଦକ୍ଷେପ ନିଆଯିବ ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!