Masthead

ମ୍ୟାଚର ରୋମାଞ୍ଚ: ଶ୍ରୀଜେଶ ଓ ୬ ସେକେଣ୍ଡ

(ବଡ଼ ଖବର ବ୍ୟୁରୋ): କାହାଣୀ ଶେଷ ୬ ସେକଣ୍ଡ ଓ ଶ୍ରୀଜେଶଙ୍କ । ଏ କାହାଣୀ ଭାରତର କାଂସ୍ୟ ବିଜୟର । ନୂଆ ଇତିହାସର । ହକିରେ ଭାରତକୁ ଦମଦାର ବିଜୟ ମିଳିଛି । ଅଲିମ୍ପିକ୍ସିରେ ବ୍ରୋଞ୍ଜ ଜିତିଛି ଭାରତ । ଏହି ବିଜୟର ଉତ୍ସବ ମନାଉଛି ପୂରା ଦେଶ । ତେବେ ଆପଣ ଯଦି ମ୍ୟାଚ ଦେଖୁଥିବେ, ଶେଷ ୬ ସେକେଣ୍ଡରେ ନିଶ୍ଚୟ ଆପଣଙ୍କ ହୃତସ୍ପନ୍ଦନ ବନ୍ଦ ହୋଇଯାଇଥିବ । ଭାରତ ଓ ଜର୍ମାନୀର ମୁକାବିଲା ବେଶ୍ ରୋମାଞ୍ଚକର ଥିଲା । ଶେଷ ଆଡ଼କୁ ଏହା ୫-୪ ଗୋଲରେ ପହଞ୍ଚିଥିଲା ।

ଖେଳ ସରିବାକୁ ଥିଲା ମାତ୍ର ୨ ମିନିଟ୍ । ଭାରତୀୟ ଗୋଲପୋଷ୍ଟର ଡି ଭିତରେ ପ୍ରବେଶ କରିଥିଲେ ଜର୍ମାନୀ ଟିମ୍ । ଜର୍ମାନୀର ଗୋଲକିପର ବି ଗୋଲପୋଷ୍ଟ ଛାଡି ଫିଲ୍ଡରେ ପହଞ୍ଚିଥିଲେ । ଗୋଟିଏ ଗୋଲ୍ କରି ମ୍ୟାଚ ବରାବର କରିବାକୁ ସବୁ ଶକ୍ତି ଲଗାଇ ଦେଇଥିଲା ଜର୍ମାନୀ ଟିମ୍ । ଖେଳ ସରିବାକୁ ୨ ମିନିଟ୍, ଜର୍ମାନୀ ପାଖରେ ପେନାଲ୍ଟି କର୍ଣ୍ଣର । ସାରା ଦେଶର ନଜର ଥିଲା ଗୋଲକିପର ଶ୍ରୀଜେଶଙ୍କ ଉପରେ । ଶ୍ରୀଜେଶ ଯଦି ବଲ୍ ଅଟକାଇ ଦେଉଛନ୍ତି, ତାହେଲେ ଭାରତ ବ୍ରୋଞ୍ଜ ସୁନିଶ୍ଚିତ କରିବ । ସେୟା ହିଁ ହେଲା । ବିଶ୍ୱ ହକିର ୱାଲ୍ ଶ୍ରୀଜେଶଙ୍କୁ ଭେଦିପାରଲା ନାହିଁ ଜର୍ମାନୀ । ଭାରତକୁ କାଂସ୍ୟର ବାସ୍ନା ହେବାକୁ ଲାଗିଲା ।

ସେଲିବ୍ରେସନ ବି ଆରମ୍ଭ ହୋଇସାରିଥିଲା । କଣ୍ଟା ତଳକୁ ତଳକୁ ଖସୁଥିଲା । ୬୦ ସେକେଣ୍ଡ, ୩୦ ସେକେଣ୍ଡ, ୨୦ ସେକେଣ୍ଡ, ୧୦ ସେକେଣ୍ଡ…. ଖେଳ ସରିବାକୁ ଆଉ ମାତ୍ର ୬ ସେକେଣ୍ଡ । ଭାରତୀୟ ଡି ଭିତରେ ଜର୍ମାନୀ । ଶେଷ ଚେଷ୍ଟା । ବଲ୍ ବାଜିଲା ଭାରତୀୟ ଖେଳାଳିଙ୍କ ଗୋଡରେ । ମିଳିଗଲା ପେନାଲ୍ଟି କର୍ଣ୍ଣର । ଭାରତୀୟ ଖେଳାଳି ଓ ଫ୍ୟାନ ଯେମିତି ଅଟକି ଗଲେ । ଖେଳ ସରିବାକୁ ମାତ୍ର ୬ ସେକେଣ୍ଡ ଆଉ ମ୍ୟାଚ୍ ବରାବର କରିବାକୁ ଜର୍ମାନୀ ପାଖରେ ବଡ ସୁଯୋଗ ।

ଯଦି ଜର୍ମାନୀ ଗୋଲ କରୁଛି, ତାହେଲେ ପେନାଲ୍ଟି ସୁଟ ଆଉଟକୁ ଯିବ ମ୍ୟାଚ୍ । ଆଉ ଯଦି କରିପାରୁନି ବ୍ରୋଞ୍ଜ ବାଜି ଜିତିନେବ ଭାରତ । ସମସ୍ତଙ୍କ ନଜର ପୁଣିଥରେ ଭାରତୀୟ ଗୋଲରକ୍ଷକ ଶ୍ରୀଜେଶଙ୍କ ଉପରେ । ଉଭୟ ପକ୍ଷ ଥିଲା ଚାପରେ । ବଲ୍ ହିଟ୍ କଲା ଜର୍ମାନୀ, ଆଉ ଖୁସିରେ ଉଚ୍ଛୁଳି ଗଲା ସାରା ଭାରତ । କାହିଁକି ନା ପୁଣି ଥରେ କମାଲ କଲେ ଦି ୱାଲ୍ ହକି ହିରୋ ଶ୍ରୀଜେଶ । ଶେଷ ୬ ସେକେଣ୍ଡର ସେହି ବାଜିକୁ ଜିତି ନେଲା ଟିମ୍ ଇଣ୍ଡିଆ । ଟୋକିଓରେ ଲେଖା ହେଲା ନୂଆ ଇତିହାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ