Masthead

ଡେଥ ସାର୍ଟିଫିକେଟ ଅଫିସରେ ଦଲାଲ ରାଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ଭୁବନେଶ୍ୱର ମ୍ୟୁନିସିପାଲିଟି ଡେଥ୍ ସାର୍ଟିଫିକେଟ ଅଫିସରେ ଦଲାଲଙ୍କ ରାଜୁତି । କୋଭିଡରେ ମୃତ ବ୍ୟକ୍ତିଙ୍କ ଡେଥ ସାର୍ଟିଫିକେଟ ପାଇବା ପାଇଁ ସେମାନଙ୍କ ଆତ୍ମୀୟଙ୍କ ଠାରୁ ଦଲାଲମାନେ ଟଙ୍କା ହଡପ କରୁଛନ୍ତି । ସାର୍ଟିଫିକେଟ କରିଦେବେ କହି ଠକୁଥିବା ଆଇଏଚଆରସି ଟିମ ଜାଣିବାକୁ ପାଇଛି । ଗୁରୁବାର ଆଇଏଚଆରସିର ରାଜ୍ୟ ସଭାପତି ଡ. ଶିବ ସୁନ୍ଦର ସ୍ୱାଇଁ ଓ ଖୋର୍ଦ୍ଧା ଜିଲ୍ଲା ସଭାପତି ନାରାୟଣ ସାହୁ ଜଣଙ୍କ ସାର୍ଟିଫିକେଟ ଅନଲାଇନରେ ପାଉନଥିବା ଯୋଗୁଁ ସେ ୟୁନିଟ-୩ ରେ ଥିବା ବିଏମ୍ସି ଅଫିସକୁ ଯାଇଥିଲେ । ବାହାରେ କିଛି ଦଲାଲ କହିଲେ ଆମେ ଏଠିକାର ଷ୍ଟାଫ ଆପଣ ଆମକୁ ଲେଖିକି ଦିଅନ୍ତୁ ଆମେ ଅଫଲାଇନରେ ଦେଖିଦେବୁ। ଆପଣ ସୋମବାର ଆସନ୍ତୁ ।

ସୋମବାର ସେ ଆସି ଜାଣିବାକୁ ପାଇଲେ ସେମାନେ କୌଣସି ଷ୍ଟାଫ ନୁହନ୍ତି । ସେମାନେ କୋଭିଡ କାର୍ଡ ରଖିଥିବା ଜାଣିବାକୁ ପାଇଲେ । ବିଏମସି ଅଫିସ ଷ୍ଟାଫ ମଧ୍ୟ ତାଙ୍କ ପାଖକୁ ପ୍ରାୟ ଲୋକଙ୍କୁ ପଠେଇ ଥିବାର ଦେଖିବାକୁ ମିଳିଥିଲା । ଏହା ସହ ସେମାନେ ଲୋକଙ୍କଠୁ ଅର୍ଥ ନେବାର ମଧ୍ୟ ଦେଖିବାର ପାଇଥିଲେ ଦଲାଲଙ୍କୁ । ପଚାରିବା ପରେ ସେ ନିଜର ଭୁଲ ସ୍ୱୀକାର କରିବା ସହ ସେ ଆଉ ଭୁଲ କରିବନାହିଁ କହି ପ୍ରତିଶୃତି ଦେଲା । ଏଠି ପ୍ରଶ୍ନ ଉଠୁଛି ବିଏମସି ହତା ଭିତରେ ଏହା ହେଉଥିବାରୁ ଜାଣି କିପରି ଭଜ୍ଞମ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉନାହାନ୍ତି। ସମସ୍ତେ ଜାଣିଶୁଣି ଜନସାଧାରଣଙ୍କ ଠାରୁ ଲୁଟୁ ନାହାଁନ୍ତି ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼