Masthead

ପୃଥିବୀରେ ମଙ୍ଗଳ ଜଳବାୟୁ

(ବଡ଼ ଖବର ବ୍ୟୁରୋ) : ମଙ୍ଗଳରେ ବସବାସ ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୈଜ୍ଞାନିକ। ବସବାସ ପାଇଁ ସେଠାକାର ଜଳବାୟୁ ଅନୁକୂଳ ନୁହେଁ । କିନ୍ତୁ ସେଠାରେ ଅନୁରୂପ ପରିବେଶ ପ୍ରସ୍ତୁତ କରିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ସେଠାରେ ମଣିଷ ନିଜକୁ ଖାପ ଖୁଆଇପାରିଲେ ଏହି ସ୍ବପ୍ନ ପୂରଣ ହୋଇପାରିବ ବୋଲି ନାସା ପକ୍ଷରୁ ସୂଚନା ମିଳିଛି । ମଙ୍ଗଳରେ ମଣିଷ ପାଇଁ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ମଙ୍ଗଳର ପାଣିପାଜ ସହ ଖାପଖୁଆଇବା ପାଇଁ ମହାକାଶଚାରୀମାନେ ପ୍ରସ୍ତୁତ ରହିବାକୁ ଉଦ୍ୟମ ମଧ୍ୟ ଆରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ମଙ୍ଗଳରେ ୪ ଜଣ ରହିବା ନିମନ୍ତେ ଯୋଜନା ହୋଇଛି। ଜନସନ୍‌ ସ୍ପେସ୍‌ ସେଣ୍ଟର ବିଲ୍ଡିଂରେ ୩-ଡି ପ୍ରିଣ୍ଟର ଦ୍ୱାରା ୧୭ ଶହ ବର୍ଗ ଫୁଟ୍‌ ଆକାରର ମଙ୍ଗଳ ଗ୍ରହର ପରିବେଶ ଅନୁଯାୟୀ ବାସସ୍ଥାନ ନିର୍ମାଣ କରାଯାଇଛି। ସେଠାରେ ବର୍ଷେ ପର୍ଯ୍ୟନ୍ତ ରହିବା ପାଇଁ ଶୁକ୍ରବାର ନାସା ଆବେଦନ ଗ୍ରହଣ କରିବା ଆରମ୍ଭ କରିଛି। ସେଠାରେ ରହିବା ପାଇଁ କେତେଜଣ ଇତ୍ସୁକ ଅଛନ୍ତି ତାହା ନାସା ଅଧ୍ୟୟନ କରିବ। କିନ୍ତୁ ସେଠାରେ ବିଭିନ୍ନ ସମସ୍ୟା ଦେଖାଦେଇପାରେ ବୋଲି ନାସା ପକ୍ଷରୁ କୁହାଯାଇଛି । ଏହି ବାସସ୍ଥାନରେ ସେମାନେ ସମ୍ବଳର ଅଭାବ, ଉପକରଣ କାର୍ୟ୍ୟକ୍ଷମ ନ ହେବା, ଯୋଗାଯୋଗରେ ସମସ୍ୟା ସହ ପରିବେଶ ସମ୍ବନ୍ଧୀୟ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେବେ।

ଏଥିରେ ସ୍ପେସ୍‌ଓ୍ବାକ୍‌ର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ। ଏ ସବୁ ଭିତରେ ଜୀବନ ଧାରଣ ପାଇଁ ସୃଷ୍ଟି ହେଉଥିବା ଶାରୀରିକ ଏବଂ ମାନସିକ ଅସୁବିଧା ବାବଦରେ ତଥ୍ୟ ମିଳିପାରିବ ଓ ଏହାର ସମାଧାନ ନିମନ୍ତେ ରାସ୍ତା ବାହାରି ପାରିବ ବୋଲି ନାସା କହିଛି। କେବଳ ୩୦-୫୫ ବର୍ଷ ବୟସ ବର୍ଗର ଆମେରିକା ନାଗରିକ କିମ୍ବା ସେଠାକାର ସ୍ଥାୟୀ ବାସିନ୍ଦା ଏହି ଆବେଦନ କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି