ସ୍ଥାୟୀ ନିଯୁକ୍ତି ଦାବି ପାଇଁ ସରକାରଙ୍କୁ ଦାବିପତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍ଥାୟୀ ନିଯୁକ୍ତି ଦାବି ପାଇଁ ସରକାରଙ୍କୁ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀଙ୍କ ଦାବିପତ୍ର । ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ହେଲା ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ MSW, BTECH, MCA, MTECH, MBA, MCOM, CA ଯୋଗ୍ୟତା ଥାଇ (କମ୍ୟୁନିଟି ଅର୍ଗାନାଇଜର, ଏମ ଆଇ ଏସ କମ୍ପ୍ୟୁଟର ପ୍ରୋଗ୍ରାମର ଓ ଆକାଉଣ୍ଟାଣ୍ଟ) ପାଖାପାଖି ୩୫୦ ଜଣ କର୍ମଚାରୀ ପ୍ରତି ପୌର କାର୍ଯ୍ୟାଳୟର ମୁଖ୍ୟ ଯୋଦ୍ଧା ସାଜିଥିଲେ ବି ଆଜି ନାମମାତ୍ର ଠିକା କର୍ମଚାରୀ ହୋଇ ରହିଛନ୍ତି । ଯାହାକୁ ନେଇ ସରକାରଙ୍କୁ ଦାବି ଜଣାଇଛନ୍ତି ।

ତାଙ୍କ କହିବା କଥା ଚାକିରିରେ ଯୋଗଦାନ ସମୟରେ ସେମାନେ H & UD Dept ଦ୍ୱାରା ପ୍ରସ୍ତୁତ ହୋଇଥିବା ସମସ୍ତ ପ୍ରକାର ପରୀକ୍ଷା ପଦ୍ଧତି ଯଥା ଅନଲାଇନ ଲିଖତ, ମୌଖିକ, ପ୍ରମାଣପତ୍ର ଯାଞ୍ଚ ଇତ୍ୟାଦି ପ୍ରକ୍ରିୟା ସ୍ଵଚ୍ଛତା ପୂର୍ବକ ସମ୍ପନ୍ନ କରାଯାଇ ଆମର ମେରିଟ ଲିଷ୍ଟ ଅନୁଯାୟୀ ବିଭିନ୍ନ ପୌରାଞ୍ଚଳରେ ସେମାନଙ୍କର ପୋଷ୍ଟିଂ ହୋଇଛି। ପ୍ରତିବର୍ଷ ମଧ୍ୟ ସେମାନଙ୍କ ଦକ୍ଷତା ଭିତ୍ତିରେ ଆମର ନବୀକରଣ ହୋଇ ଆସୁଛି। ଓଡ଼ିଶାରୁ ଠିକା ବ୍ୟବସ୍ଥା ସମ୍ପୂର୍ଣ ଭାବେ ଉଠି ଯାଇଥିଲେ ମଧ୍ୟ H & UD Dept ରେ ଏହି ତିନୋଟି ପଦବୀ ସେମିତି ଠିକା କର୍ମଚାରୀ ଭାବେ ରହିଅଛି। ସରକାର ବର୍ତ୍ତମାନ ସବୁ ବର୍ଗର କର୍ମଚାରୀଙ୍କ ପାଇଁ ସେମାନଙ୍କ ଚାକିରି ବୃତ୍ତିରେ ଥିବା ବିଭିନ୍ନ ସମସ୍ୟାର କିଛି ନା କିଛି ପ୍ରତିକାର କରିଥିବା ବେଳେ ଆମେ ସେମିତି ଅବହେଳିତ ହୋଇ ପଡିରହିଛୁ ।

ସରକାରୀ ସ୍ତରରେ ଆରମ୍ଭ ହେଉଥିବବା ଯେକୌଣସି କାମରେ ସହରର ସମସ୍ତ ନାଗରିକଙ୍କ ପ୍ରତି ଆମେ ଆମର କର୍ତ୍ତବ୍ୟ ମୌଳିକ ସ୍ତରରୁ ଆରମ୍ଭ କରି ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ସୂଚାରୁ ରୂପେ ସମ୍ପାଦନ କରିଆସୁଛୁ। ଏହା ବାଦ ଆମେ ବିଭିନ୍ନ ପ୍ରକୃତିକ ବିପର୍ଯ୍ୟୟ ସମୟରେ ଆମର କାର୍ୟ୍ୟ ଦକ୍ଷତା ମଧ୍ୟ ପ୍ରତିପାଦିତ କରି ଆସିଛୁ। ଏସବୁ ସତ୍ତ୍ବେ ଆମ ପ୍ରତି ସରକାରଙ୍କ ବୈମାତ୍ମକ ମନୋଭାବର କାରଣ କିଛି ବୁଝି ହେଉନି । ନା ଆମର ଚାକିରିକୁ ନିୟମିତ କରାଯାଉଛି ନା ଆମ ଦରମା ବ୍ୟବସ୍ଥାରେ ସୁଧାର ଅଣାଯାଉଛି। ଭିନ୍ନ ଭିନ୍ନ ସମୟରେ ଆମେ ବିଶିଷ୍ଟ ଉଚ୍ଚ ପଦାଧିକାରୀଙ୍କୁ ଆମର ଅନୁରୋଧଭିତ୍ତିକ ଅଭିଯୋଗ ଦାଖଲ କରି ଆମ ଚାକିରି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଶା ପୋଷଣ କରିଥିଲେ ବି ଏ ଯାଏ ଆମ ଲାଗି କୌଣସି ପ୍ରକାର ଆଖୁଦୃଶିଆ ପଦକ୍ଷେପ ନିଆଯାଇନି।

ଆମ ଐH & UD Dept ହିଁ ଓଡ଼ିଶା ସରକାରଙ୍କ ଏକମାତ୍ର ବିଭାଗ, ଯିଏ କି ଆବର୍ଜନାକୁ ସମ୍ପଦର ରୂପ ଦେଇଛି। ହେଲେ ଆମର ଏପରି ଅବସ୍ଥା ଦେଖି ଲାଗୁଛି, ଏବେ ଆମେ ସେହି ଅଳିଆ ଠାରୁ ମଧ୍ୟ ହୀନ ହୋଇ ପଡିଛୁ। ବର୍ତ୍ତମାନର ବ୍ୟୟବହୁଳ ସମାଜରେ ଆମେ ଆମର ସ୍ୱଳ୍ପ ଦରମାରେ ପରିବାର ଚଳେଇବା ପାଇଁ ସମ୍ପୂର୍ଣଭାବେ ଅକ୍ଷମ ହୋଇପଡିଛୁ। ଶିକ୍ଷା, ସ୍ୱାସ୍ଥ୍ୟ, ବୀମା, ଚାକିରି ନିରାପତ୍ତା ଇତ୍ୟାଦିରେ କୌଣସି ପ୍ରକାରର ଫାଇଦା ପାଇବାରୁ ଆମେ ସମ୍ପୂର୍ଣ ଭାବେ ବଞ୍ଚିତ ହୋଇ ରହିଛୁ। ତେଣୁ ମୁଖ୍ୟମନ୍ତ୍ରୀ ତଥା ୫ଟି ଅଧ୍ୟକ୍ଷଙ୍କୁ ଆମର ଏହି ନିଃସ୍ୱାର୍ଥପର ଜନସେବା ଭିତ୍ତିକ ଚାକିରିକୁ ବିଶେଷ ଭାବେ ପର୍ଯ୍ୟାଲୋଚନା କରି ଏହାର ସ୍ଥାୟିତ୍ଵ ତଥା ନିୟମିତ କରିବା ଦିଗରେ ଉଚିତ ପଦକ୍ଷେପ ନେବାକୁ ବିନମ୍ର ନିବେଦନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’