Masthead

ସଂକ୍ରମଣ ରୋକିବାରେ ବିଫଳ, ୩୦ ଚାଇନା ଅଧିକାରୀ ଦଣ୍ଡିତ

(ବଡ଼ ଖବର ବ୍ୟୁରୋ): ଚୀନରେ ବଢିଚାଲିଛି ଡେଲଟା ଭାରିଆଣ୍ଟ । ଏହାକୁ ରୋକିବାରେ ବିଫଳ ହେବାରୁ ଚୀନ୍ ୩୦ ଅଧିକାରୀଙ୍କୁ ଦଣ୍ଡିତ କରିଛି । ଜୁଲାଇରେ ସାରା ଚୀନ୍ରେ ପ୍ରାୟ ୯ଲକ୍ଷ ଲୋକ ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି । ଡେଲଟା ଭାରିଆଣ୍ଟର ଦ୍ରୁତ ବିସ୍ତାର ବେଜିଂର କରୋନା ଭାଇରସ ପ୍ରତିହତ ରଣନୀତିକୁ ଜଟିଳ କରିଛି। ଚୀନ୍‌ର ପୂର୍ବ ସହର ୟାଙ୍ଗଜୋର ପାଞ୍ଚଜଣ ଅଧିକାରୀ କରୋନା ପରୀକ୍ଷଣରେ ଭୁଲ୍ କରିଥିବାରୁ ଚୀନ୍ ସରକାର କ୍ଷୁବ୍ଧ ହୋଇଛନ୍ତି ।

ଏହି ଅଧିକାରୀମାନେ କରୋନା ଭାଇରସ୍ ବ୍ୟାପିବାରେ ସାହାଯ୍ୟ କରିଥିବା ସରକାର କହିଛନ୍ତି । ୟାଙ୍ଗଜୋ ସହରରୁ ଡେଲଟା ଭାରିଆଣ୍ଟ ନିକଟସ୍ଥ ନାନଜିଙ୍ଗ ସହରକୁ ବ୍ୟାପିଛି । ପୂର୍ବରୁ ଡେଲଟା ଭାରିଆଣ୍ଟ ନାନଜିଙ୍ଗ ସହରରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା । ସରକାର ଏହାକୁ ରୋକିବାରେ ସଫଳ ହୋଇଥିଲେ । ଏବେ ନାନାଜିଙ୍ଗରେ ଡେଲଟା ଭାରିଆଣ୍ଟ ଚୀନ୍ ସରକାରଙ୍କ ଚିନ୍ତା ବଢାଇଦେଇଛି । ଚାଇନା ସମେତ ସମଗ୍ର ବିଶ୍ୱରେ କରୋନାର ଡେଲଟା ଭାରିଆଣ୍ଟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ସୋମବାର ଚାଇନାରେ ଡେଲଟା ଭାରିଆଣ୍ଟର ୭୭ ନୂତନ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ୟାଙ୍ଗଜୋ ସହର ଚୀନ୍‌ର ସବୁଠାରୁ ବଡ଼ ହଟସ୍ପଟ୍ ପାଲଟିଛି । ଚାଇନାର କେତେକ ସହରରେ ସ୍ଥାନୀୟ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପୁନର୍ବାର ପରୀକ୍ଷା ଆରମ୍ଭ ହୋଇଛି। ଚାଇନାରେ ଡେଲଟା ଭାରିଆଣ୍ଟର ସଂକ୍ରମିତ ଲୋକଙ୍କୁ ଜୁଲାଇ ୨୦ରୁ ଏକ ଡଜନରୁ ଅଧିକ ସହରରେ ଦେଖିବାକୁ ମିଳିଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ଥାନୀୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଚାଇନା ସରକାର ।

ମେୟର, ସ୍ଥାନୀୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ଡାକ୍ତରଖାନା ଏବଂ ବିମାନବନ୍ଦରର ମୁଖ୍ୟ ପର୍ୟ୍ୟନ୍ତ ଦେଶର ୩୦ରୁ ଅଧିକ ଅଧିକାରୀଙ୍କ ଅବହେଳାରୁ କରୋନାର ଡେଲଟା ଭାରିଆଣ୍ଟ ସଂକ୍ରମଣ ବଢିଥିବାରୁ ସେମାନଭ୍କୁ ଦଣ୍ଡିତ କରାଯାଇଛି । ଚାଇନା ସରକାରଙ୍କ ପକ୍ଷରୁ କୁହାଯାଇଛି ଜୁଲାଇ ମଧ୍ୟଭାଗରେ ଏକ ଯାତ୍ରୀବାହୀ ବିମାନ ମସ୍କୋରୁ ଚାଇନାର ପୂର୍ବ ସହର ନାନଜିଙ୍ଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା।

ଏହି ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୭ଜଣ କରୋନାର ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ। କରୋନା ଜୀବାଣୁ ଏହି ଯାତ୍ରୀମାନଙ୍କ ଠାରୁ ବିମାନବନ୍ଦର ସଫା କରୁଥିବା ଲୋକଙ୍କୁ ବ୍ୟାପିଥିଲା । ଧୀରେ ଧୀରେ ଅନ୍ୟ ସହରଗୁଡିକୁ ମଧ୍ୟ ବ୍ୟାପିଗଲା । ଚୀନ୍‌ରେ କରୋନା ଭାଇରସ୍‌ର ଉଲ୍ଲଂଘନ ପାଇଁ ବେଜିଂ ଦୀର୍ଘଦିନ ଧରି ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଆସୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଡେଲଟା ଭାରିଆଣ୍ଟ ବର୍ତ୍ତମାନ ସୁଦ୍ଧା ୧୩୫ ଦେଶରେ କାୟା ବିସ୍ତାର କରିଛି । ଆସନ୍ତା ସପ୍ତାହ ସୁଦ୍ଧା କରୋନା ଜୀବାଣୁରେ ସଂକ୍ରମିତଙ୍କ ସଂଖ୍ୟା ସମଗ୍ର ୨୦୦ ମିଲିୟନ ଅତିକ୍ରମ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା