Masthead

ସମୁଦ୍ରରେ ବୁଡ଼ିଯିବ ପାରାଦୀପ !

(ବଡ଼ ଖବର ବ୍ୟୁରୋ): ବିଶ୍ୱ ପାଇଁ ବିପଦ ତାପମାତ୍ରା ବୃଦ୍ଧି । ଦିନକୁ ଦିନ ତାପମାତ୍ରା ବଢ଼ୁଛି । ମେରୁ ଅଞ୍ଚଳର ବରଫ ତରଳିବାରେ ଲାଗିଛି । ଏହି ଧାରା ଜାରି ରହିଲେ ସମୁଦ୍ରର ଜଳସ୍ତର ନିଶ୍ଚୟ ବଢିବ । ଆଉ ୭୯ ବର୍ଷ ପରେ ପାରାଦୀପ ସହ ଭାରତର ୧୨ ସହର ସମୁଦ୍ରରେ ଲୀନ ହେବ । ସମୁଦ୍ରରେ ବୁଡ଼ିଯିବ ପାରାଦୀପ ।

ଖାଲି ପାରାଦୀପ ନୁହେଁ, ବଙ୍ଗେପସାଗର ଓ ଆରବସାଗର କୂଳରେ ଥିବା ଭାରତର ୧୨ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ । ୩ ଫୁଟ ପାଣି ଭିତରେ ବୁଡିଯିବ ଏହି ସହର । ଗ୍ଲୋବାନ୍ ୱାର୍ମିଂ ଯୋଗୁଁ ଉତ୍ତର ଓ ଦକ୍ଷିଣ ମେରୁରେ ଜମାଥିବା ବରଫ ତରଳିବାରେ ଲାଗିଛି । ଫଳରେ ସମୁଦ୍ରର ଜଳସ୍ତର ବଢ଼ିବ । ଆଉ ଆସିବ ଜଳ ପ୍ରଳୟ । ଏଭଳି ଚେତାବନୀ ଦେଇଛି ଆମେରିକା ଅନ୍ତରୀକ୍ଷ ଅନୁସନ୍ଧାନକାରୀ ସଂସ୍ଥା ନାସା । ଏହି ଚେତାବନୀକୁ ଗମ୍ଭୀରତାର ସହିତ ନେବାକୁ ପଡିବ, ଆମ ପାଖରେ ସାତଭାୟାର ଉଦାହରଣ ଅଛି । ହୁଏତ ଏହା ମିଛ, ଓ ମନଗଢା କାହାଣୀ ଭଳି ଲାଗି ପାରେ କିନ୍ତୁ ଏହା ହେଉଛି ଭବିଷ୍ୟତ ପାଇଁ ସତର୍କ ଘଣ୍ଟି ।

ନାସାର ସି ଲିଭେଲ ପ୍ରୋଜେକ୍ସନ୍ ଟୁଲକୁ ଆଧାର କରି ଜଳ ପ୍ରଳୟର ଚେତାବନୀ ଦେଇଛି ଇଣ୍ଟରଗର୍ଭମେଣ୍ଟାଲ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ । ଆଇପିସିସିର ରିପୋର୍ଟ ଅନୁସାରେ, ୨୧ ଶହ ମସିହା ବେଳକୁ ଅସହ୍ୟ ଗରମ ହେବ । ଅଙ୍ଗରକାମ୍ଲ ଗ୍ୟାସ୍ ଓ ପ୍ରଦୂଷଣକୁ ନ ରୋକିଲେ ତାପମାତ୍ରା ପାଖାପାଖି ୪.୪ ଡିଗ୍ରୀ ବଢ଼ିଯିବ । ଆଗାମୀ ୧୦ ବର୍ଷ ମଧ୍ୟରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ । ଏତେ ତାପମାତ୍ରା ବଢ଼ିବା ଦ୍ୱାରା ଗ୍ଲେସିୟର୍ ତରଳିବ । ଯେତେ ଗରମ ହେବ, ସମୁଦ୍ରର ଜଳସ୍ତର ସେତେ ଅଧିକ ବଢ଼ିବ ।

୨୧୦୦ ମସିହା ବେଳକୁ ଭାରତର ୧୨ ସହରରେ ସମୁଦ୍ର ଜଳ ଅଧା ଫୁଟରୁ ୩ ଫୁଟ୍ ଯାଏଁ ଲହଡି ଭାଙ୍ଗିବ । ପାରାଦୀପରେ ସମୁଦ୍ରର ଜଳସ୍ତର ୧.୯୩ ଫୁଟ୍ ବୃଦ୍ଧି ପାଇବ । ସେହିପରି ଭାବନଗରରେ ୨.୬୯ ଫୁଟ୍ କୋଚ୍ଚିରେ ୨.୩୨ ଫୁଟ୍, ଓଖାରେ ୧.୯୬ ଫୁଟ୍, ମୁମ୍ବାଇରେ ୧.୯୦ ଫୁଟ୍, ମାଙ୍ଗାଲୋରରେ ୧.୮୭ ଫୁଟ, ଚେନ୍ନାଇରେ ୧.୮୭ ଫୁଟ୍ ଓ ବିଶାଖାପାଟ୍ଟଣମରେ ୧.୭୭ ଫୁଟ୍ ଜଳସ୍ତର ବୃଦ୍ଧି ପାଇବ । ଆଉ ସେହି ପାଣି ସମତଳ ଭୂଇଁରେ ସୃଷ୍ଟି କରିବ ବନ୍ୟା ।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଗାମୀ ୨ ଦଶନ୍ଧି ମଧ୍ୟରେ ବିଶ୍ୱର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ । ୫୦ ବର୍ଷରେ ଥରେ ହେଉଥିବା ଭୀଷଣ ଗରମ ଏବେ ପ୍ରତି ୧୦ ବର୍ଷରେ ହେବ । ୪୦ ବର୍ଷରେ ଗରମ ଯେତିକି ବଢ଼ିଛି, ୧୮୫୦ ପରେ ୪ ଦଶନ୍ଧି ମଧ୍ୟରେ ସେତିକି ବଢ଼ି ନଥିଲା । ତାପମାତ୍ରା ଲଗାତାର ବଢ଼ୁଥିବାରୁ କାଲିଫର୍ଣ୍ଣିଆ, ଅଷ୍ଟ୍ରେଲିଆ ଓ ତୁର୍କୀର ଜଙ୍ଗଲରେ ନିଆଁ ଲାଗିବା ଭଳି ଘଟଣା କମୁ ନାହିଁ । ଏଭଳି ନିଆଁ ଲାଗିଲେ ସମ୍ଭାଳିବା ସମ୍ଭବ ହେବନାହିଁ । ଯଦି ବରଫ ସରିଯିବ ଓ ଜଙ୍ଗଲ ଜଳିଯିବ ତ ପାଣି ଓ ପବନର ଅଭାବ ଦେଖା ଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି