Masthead

ଆଜି ରାହୁଲଙ୍କ ବିଜୟଧାରାକୁ ରୋକିପାରିବେ କି ୱାର୍ଣ୍ଣର

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଇପିଏଲର ତ୍ରୟୋଦଶ ସିଜନର ୪୩ତମ ମ୍ୟାଚରେ ମୁହାଁମୁହିଁ ହେବେ କିଙ୍ଗସ ଏକାଦଶ ପଞ୍ଜାବ ଓ ସନ ରାଇଜର୍ସ ହାଇଦ୍ରାବାଦ । କେ.ଏଲ.ରାହୁଲଙ୍କୁ ଟକ୍କର ଦେବେ ଡେଭିଡ୍ ୱାର୍ଣ୍ଣର । ଆଜି ଉଭୟ ଦଳ ସେମାନଙ୍କ ଏକାଦଶ ମ୍ୟାଚ ଦୁବାଇରେ ଖେଳିବେ । ପଞ୍ଜାବ ୧୦ଟି ମ୍ୟାଚ ଖେଳି ୪ଟି ବିଜୟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଥିବା ବେଳେ ହାଇଦ୍ରାବାଦ ୧୦ଟି ମ୍ୟାଚରୁ ୪ଟି ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ପ୍ଲେ ଅଫକୁ ଯିବାକୁ ହେଲେ ଦୁଇ ଦଳକୁ ଆଜିର ମ୍ୟାଚ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଇପିଏଲ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିବା ପଞ୍ଜାବ ଗତ ୩ମ୍ୟାଚ ରୁ ୩ଟି ବିଜୟ ସହ ପ୍ଲେ ଅଫ ଦୌଡ଼ରେ ରହିଛି । ସେହିପରି ଭାବରେ ହାଇଦ୍ରାବାଦ ହ୍ୟାଟ୍ରିକ ପରାଜୟ ପରେ ଗତ ମ୍ୟାଚରେ ଦମଦାର ବିଜୟ ସହ ପୁଣି ଥରେ ବିଜୟ ଧାରାକୁ ଫେରିଛି ।
ଆଇପିଏଲ ଇତିହାସରେ ଉଭୟ ଦଳ ୧୫ଥର ସାମ୍ନାସାମ୍ନି ହୋଇଛନ୍ତି । ହାଇଦ୍ରାବାଦ ୧୧ଟି ମୁକାବିଲା ଜିତିଥିବା ବେଳେ ପଞ୍ଜାବ ମାତ୍ର ୪ଟି ମ୍ୟାଚ ଜିତିଛି । ଚଳିତ ସିଜନ ଖେଳାଯାଇଥିବା ମୁକାବିଲାରେ ହାଇଦ୍ରାବାଦ ପଞ୍ଜାବକୁ ୬୯ରନରେ ପରାସ୍ତ କରିଥିଲା । ଆଜିର ମ୍ୟାଚକୁ ଜିତି ଗତ ପରାଜୟର ପ୍ରତିଶୋଧ ନେବା ସହ ପ୍ଲେ ଅଫକୁ ଯିବା ପାଇଁ ଚେଷ୍ଟା କରିବ ପଞ୍ଜାବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’