Masthead

୨୦୦୮ରେ ରେଡ଼ିଓରୁ ଛତୁଚାଷ ବିଷୟରେ ଅବଗତ ହୋଇଥିଲେ ବାନା ଦେଈ, ୨୦୨୧ରେ ୪୦୦ ମହିଳାଙ୍କୁ ପ୍ରଶିକ୍ଷିତ କରିସାରିଲେଣି

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ କୁଟେନପଦର ଗାଁ । ଗାଁ’ର ମୋଟ ୫୬ ପରିବାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ‘ଛତୁ ଚାଷ’ ଦ୍ୱାରା ସ୍ୱାବଲମ୍ବୀ । ମସରୁମ ଗାଁ ଭାବରେ ପରିଚିତ କୁଟେନପଦର ମହିଳା ସଶକ୍ତିକରଣର ଅନ୍ୟାନ୍ୟ ଉଦାହରଣ । ହେଲେ ଏହି ପରିବର୍ତ୍ତନ ପାଇଁ ମହିଳାଙ୍କ ସଂଘର୍ଷ ଓ ସଫଳତା ଏତେ ସହଜ ନଥିଲା । ଏକଦା କୁଟେନପଦର ଗାଁ ବାସିନ୍ଦା ରୋଜଗାର ପାଇଁ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଥିଲେ । ହେଲେ ମହିଳାଙ୍କ ଦ୍ୱାରା ଛତୁ ଚାଷ ଏହି ଗାଁ’ର ୫୬ ପରିବାରର ଭାଗ୍ୟ ପରିବର୍ତ୍ତନ କରିଛି । କୁଟେନପଦର ଗାଁ’ର ପ୍ରତ୍ୟେକ ପରିବାରର ଆୟର ମୂଳ ଉତ୍ସ ପାଲଟିଛି ଛତୁ ଚାଷ । ଗାଁ’ର ଏହି ଆର୍ଥିକ ତଥା ସାମାଜିକ ପରିବର୍ତନର ନାୟିକା ହେଉଛନ୍ତି ୪୫ ବର୍ଷିଆ ବାନା ଦେଈ ମାଝୀ ।

୨୦୦୮ ମସିହାରେ ରେଡ଼ିଓରୁ ଛତୁଚାଷ ବିଷୟରେ ଅବଗତ ହୋଇ ପ୍ରଥମେ ନାବାର୍ଡ ଦ୍ୱାର ପ୍ରଶିକ୍ଷିତ ହୋଇଥିଲେ । ହେଲେ ପ୍ରଥମେ ପ୍ରଥମେ ବାନା ଦେଈ ମାଝୀଙ୍କ ଛତୁ ଚାଷ ଯୋଜନାକୁ ଗାଁ’ରେ ସମର୍ଥନ ମିଳି ନଥିଲା । ହେଲେ ନିଜ ପରିବାର ସହ ଛତୁ ଚାଷ ପାଇଁ ସଂଘର୍ଷ କ୍ରମଶଃ ସଫଳତା ଦେଇଥିଲା । କେବଳ କୁଟେନପଦର ଗାଁ’ର ମହିଳା କାହିଁକି ? ଆଜି ପର୍ୟ୍ୟନ୍ତ ପ୍ରାୟ ୪୦୦ ମହିଳାଙ୍କୁ ବାନା ଦେଈ ମାଝୀ ଛତୁ ଚାଷ ପ୍ରଶିକ୍ଷିତ କରିସାରିଲେଣୀ । ଆଜି ସେହି ପରିବାରର ଛତୁଚାଷ ବିକଳ୍ପ ରୋଜଗାରର ମାଧ୍ୟମ ହୋଇଛି । ଏଣୁ ବାନା ଦେଈ ମାଝୀକୁ ମସରୁମା ମାଁ’ ଭାବେ ଅନେକ ସମ୍ମାନ ମିଳିସାରିଲାଣୀ । ୨୦୦୮ ରୁ ଯଦିଓ ଛତୁଚାଷ କୁଟେନପଦରରେ ହୋଇଆସୁଛି, ହେଲେ ଓଡିଶା ଜୀବିକା ମିଶନ ଦ୍ୱାରା ଆର୍ଥିକ ତଥା ପ୍ରଶିକ୍ଷଣ ବ୍ୟବସ୍ଥା ସହ ବ୍ୟାଙ୍କମାନଙ୍କ ଦ୍ୱାରା ଋଣ ବ୍ୟବସ୍ଥା ଗାଁ’ର ପ୍ରତ୍ୟେକ ଘରର ମହିଳାଙ୍କୁ ଛତୁ ଚାଷର ସୁଯୋଗ ସୃଷ୍ଟି କରିପାରିଛି ।

କୁଟେନପଦର ଗାଁ’ର ୫୧ ଜଣ ମହିଳା ୫ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଦୈନିକ ୨୦ କେଜିରୁ ସର୍ବାଧିକ ୨ କ୍ୱିଣ୍ଟାଲ ପର୍ୟ୍ୟନ୍ତ ବିକ୍ରି କରୁଛନ୍ତି । ଯାହା ଗାଁ’ର ପ୍ରତ୍ୟେକ ପରିବାରକୁ ମାସକୁ ୧୦ ରୁ ୧୫ ହଜାର ପର୍ୟ୍ୟନ୍ତ ଲାଭ ପହଞ୍ଚାଇ ପାରୁଛି । ମହିଳାଙ୍କ ଛତୁଚାଷରେ ପୁରୁଷ ମଧ୍ୟ ନିୟୋଜିତ ହେଉଛନ୍ତି । ଉତ୍ପାଦନ ହେଉଥିବା ପାଳଛତୁର ସ୍ଥାନୀୟ ବଜାରରେ ଅନେକ ଚାହିଁଦା ରହୁଥିବାରୁ ଗାଁ’କୁ ବେପାରୀ ଆସି କ୍ରୟ କରିଥାନ୍ତି । ଯାହାର କେଜି ପିଛା ଦର ୨୦୦ ରୁ ୨୫୦ ମଧ୍ୟରେ ମହିଳାମାନେ ବିକ୍ରି କରିଥାନ୍ତି ।

ମସରୁମ ମାଁ ଭାବେ ବାନା ଦେଈ ମାଝୀ ଓ ମସରୁମ ଗାଁ ଭାବେ କୁଟେନପଦର ଗାଁ’ର ସ୍ଵତନ୍ତ୍ର ପରିଚୟ ପାଲଟିଛି । ଲକଡାଉନ ସମୟରେ ଏହି ଗାଁ’ର ପ୍ରତ୍ୟେକ ପରିବାରର ରୋଜଗାର ଆତ୍ମନିର୍ଭର ଭାରତର ନୂଆ ଉଦାହରଣ ପାଲଟିଛି । ବର୍ତମାନ କୁଟେନପଦରରେ ଜିଲ୍ଲାରେ ଆବଶ୍ୟକ ଛତୁ ମଞ୍ଜି ଉତ୍ପାଦନ ପାଇଁ ଓଡିଶା ଜୀବିକା ମିଶନ ଦ୍ୱାରା ଲକ୍ଷ ରଖାଯାଇଛି । ଯାହା ମହିଳାଙ୍କ ସଫଳତାର ଆଉ ଏକ ମାଇଲିଖୁଣ୍ଟ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା