ବଢ଼ୁଛି ଋଣଭାର, ପରିବାର ପିଛା ୨ଲକ୍ଷରୁ ଅଧିକ ଋଣ ପଡ଼ୁଥିବାରୁ ପରିଶୋଧ ପାଇଁ ଆଗେଇ ଆସିଲେ ଗାନ୍ଧି ରମେଶ

ଚେନ୍ନାଇ (ବଡ଼ ଖବର ବ୍ୟୁରୋ) : ଦେଖିବାକୁ ମାହାତ୍ମା ଗାନ୍ଧିଙ୍କ ଭଳି । ସେ ସବୁବେଳେ ଗାନ୍ଧିଙ୍କ ଭଳି ଆଣ୍ଠୁ ଉପରକୁ ଧୋତି ଓ ଚଷମା ପିନ୍ଧନ୍ତି। ସରକାରଙ୍କୁ ଦେଇଛନ୍ତି ୨.୬୩ ଲକ୍ଷର ଚେକ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଭଳି ପୋଷାକ ପରିଧାନ କରି ଜଣେ ବ୍ୟକ୍ତି ତାମିଲନାଡୁ ସରକାରଙ୍କୁ ଦେଇଛନ୍ତି ୨.୬୩ ଲକ୍ଷର ଚେକ । ତେବେ ସରକାର କିନ୍ତୁ ଏହାକୁ ଗ୍ରହଣ କରିନାହାନ୍ତି । ପରିବାରର ଋଣ ପରିଷୋଧ କରିବାକୁ ଗାନ୍ଧି ରମେଶ ନାମକ ଜଣେ ବ୍ୟକ୍ତି ସହାୟତାର ହାତ ବଢ଼ାଇଥିଲେ । ତେବେ ସେ ହେଲେ ମହାତ୍ମା ଗାନ୍ଧିଙ୍କ ଅନୁଗାମୀ ।

ଏହି ବେଶରେ ସେ ରାଜ୍ୟ ଉପରେ ପଡ଼ିଥିବା ଋଣ ପରିଶୋଧ ପାଇଁ ସାମାନ୍ୟ ସାହାଯ୍ୟ କରିବାକୁ ଚାହୁଁଥିଲେ । ସୂଚନା ଅନୁଯାୟୀ, ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ଋଣଭାର ୫,୭୦,୧୮୯ କୋଟିରେ ପହଞ୍ଚିଛି । ତାମିଲନାଡୁରେ ୨,୧୬,୨୪,୨୩୮ ପରିବାର ରହୁଛନ୍ତି। ଏହାର ଅର୍ଥ ପ୍ରତି ପରିବାର ମୁଣ୍ଡରେ ୨,୬୩,୯୭୬ ଟଙ୍କାରେ ଋଣ ବୋଝ ପଡ଼ିବ।

ସରକାର ପରିବାର ପିଛା ୨,୬୩,୯୭୬ ଟଙ୍କା ଋଣ ପଡ଼ୁଥିବା କହିଥିବାରୁ ଗାନ୍ଧି ରମେଶ ଉକ୍ତ ପରିମାଣର ଟଙ୍କାର ଗୋଟିଏ ଚେକ୍‌ ଧରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। ଏହି ଚେକ୍‌ ଦେଇ ସେ ସରକାରଙ୍କ ଠାରୁ ଋଣମୁକ୍ତ ଟୋକନ ଆଣିବାକୁ ଚାହିଁଥିଲେ। ତେବେ ଅଧିକାରୀମାନେ ଏହି ଚେକକୁ ଗ୍ରହଣ କରିବାକୁ ମନା କରିବା ସହ ତାଙ୍କୁ ଘରକୁ ପଠାଇ ଦେଇଥିଲେ। ରମେଶ ଏପରି କରି ଅନ୍ୟମାନଙ୍କୁ ସରକାରୀ ଋଣ ସୁଝିବାରେ ସହାୟତା କରିବାକୁ ମଧ୍ୟ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!