Masthead

କାନ୍ଦାହାର ପରେ ଏବେ ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ ନଜର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଅଫଗାନିସ୍ତାନରେ ବଢ଼ୁଛି ତାଲିବାନଙ୍କ ଉପଦ୍ରବ । ଧୀରେ ଧୀରେ ଦେଶର ଅନେକ ସ୍ଥାନକୁ ନିଜ ଅକ୍ତିଆରକୁ ନେବାରେ ପ୍ରୟାସ ଜାରି ରଖିଛି ସଂଗଠନ । ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ସହରକୁ ମଧ୍ୟ ନିଜ ଦଖଲକୁ ନେଇ ସାରିଛି । ଆଫଗାନିସ୍ତାନର ଦ୍ୱିତୀୟ ବଡ଼ ସହର କାନ୍ଦାହାରକୁ ଦଖଲ କରିଛି ତାଲିବାନ ସଂଗଠନ । ଏହାପରେ ଏବେ ଦେଶର ରାଜଧାନୀ କାବୁଲ ଦଖଲ କରିବାକୁ ମଧ୍ୟ ଆଗେଇଲାଣି ତାଲିବାନ ।

ତେବେ କାନ୍ଦାହାରକୁ ସମ୍ପୂର୍ଣ୍ଣ ଦଖଲ କରିବା ପରେ ସେଠାରେ ନିଜର ପତାକା ଉଡ଼ାଇଛି । ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ସହ ତାଲିବାନର ଘମାଘୋଟ ଲଢ଼େଇ ପରେ ସୁରକ୍ଷାକର୍ମୀ ମାନେ ଆତ୍ମସମର୍ପଣ କରିଛନ୍ତି । ପ୍ରଥମେ କାନ୍ଦାହାରର ସେଣ୍ଟ୍ରାଲ ଜେଲ ଉପରେ ଆକ୍ରମଣ କରି କଏଦୀ ମାନଙ୍କୁ ମୁକ୍ତ କରିଦେଇଥିଲେ । ପରେ ସମ୍ପୂର୍ଣ୍ଣ ସହରକୁ ନିଜ ଅକ୍ତିଆରକୁ ଆଣିଥିଲେ । ତେବେ ତାଲିବାନ ପକ୍ଷରୁ କୁହାଯାଇଛି ଯେ, କାନ୍ଦାହାର ଏବେ ସମ୍ପୂର୍ଣ୍ଣ ଭାବେ ଆମ ଦଖଲରେ ଏବେ ଆମେ କାବୁଲ ଦଖଲ କରିବୁ ।

କାନ୍ଦାହାରଠାରୁ କାବୁଲର ଦୂରତା ହେଉଛି ୫୦୦ କିଲୋମିଟର । ତେଣୁ ଖୁବଶୀଘ୍ର ତାଲିବାନୀ ସେଠାରେ ପ୍ରବେଶ କରି ଦଖଲ କରିବାକୁ ଚେଷ୍ଟା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ଆଉ ଯଦି ଏପରି ହୁଏ ତେବେ ଆଫଗାନସ୍ତାନ ସରକାରଙ୍କର ମଧ୍ୟ ତାଲିବାନ ସଂଗଠନ ନିକଟରେ ଆତ୍ମସମର୍ପଣ କରିବା ଛଡ଼ା ଅନ୍ୟ କୌଣସି ଉପାୟ ରହିବନି । ସେହିପରି କାନ୍ଦାହାର ପୂର୍ବରୁ ଦେଶର ତୃତୀୟ ବୃହତ୍ତମ ସହର ହେରାଟକୁ ମଧ୍ୟ ତାଲିବାନି ମାନେ ଦଖଲ କରିସାରିଛନ୍ତି ।

ଏହାମଧ୍ୟରେ ତାଲିବାନ ଆଫଗାନିସ୍ତାନର ୧୦ଟି ରାଜ୍ୟର ରାଜଧାନୀ ସହ ଅନ୍ୟାନ୍ୟ ସହରକୁ ମଧ୍ୟ ନିଜ କବଜାକୁ ନେଇ ସାରିଛି । ଆଫଗାନସ୍ତାନର ମୋଟ ୬୫% ବର୍ତ୍ତମାନ ତାଲିବାନୀ ମାନେ ଦଖଲ କରିସାରିଛନ୍ତି । ତେବେ ତାଲିବାନୀଙ୍କ ଲୋଲୁପ ଦୃଷ୍ଟି ସ୍ତ୍ରୀ ଓ ମହିଳାଙ୍କ ଉପରେ ରହିଛି ଯେଉଁଥିରେ ଭୟଭୀତ ହୋଇ ସୀମାକୁ ଲାଗି ରହିଥିବା ଶତାଧୀକ ଲୋକ ଏବେ ପାକିସ୍ତାନ ମୁହାଁ ହୋଇଛନ୍ତି । କିନ୍ତୁ ପାକିସ୍ତାନର ଇମ୍ରାନ ସରକାର ସେମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ସୁରକ୍ଷାକର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି