Masthead

ପୁରୀବାସୀଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ(ବଡ଼ ଖବର ବ୍ୟୁରୋ): ପୁରୀବାସୀଙ୍କ ପାଇଁ ଆଜିଠୁ ଖୋଲିଲା ଶ୍ରୀମନ୍ଦିର । ଭକ୍ତଙ୍କ ଅପେକ୍ଷାର ଘଟିଲା ଅନ୍ତ । ଦୀର୍ଘ ୪ ମାସ ପରେ କାଳିଆ ଠାକୁରଙ୍କୁ ଦର୍ଶନ କରୁଛନ୍ତି ପୁରୀବାସୀ । ୧୨ ଓ ୧୩ ଦୁଇଦିନ ଧରି ସେବାୟତ ପରିବାର ସଦସ୍ୟ ଦର୍ଶନ କରିବା ପରେ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀ କରିବେ ଜଗା ଦର୍ଶନ । ତା ସହ ଆସନ୍ତା ୨୩ ତାରିଖରୁ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ଭିତରେ ତିନୋଟି ପର୍ଯ୍ୟାୟରେ ପୁରୀବାସୀଙ୍କୁ ଦର୍ଶନ ସୁବିଧା ମିଳିବ । ପ୍ରଥମ ପର୍ଯ୍ୟାୟରେ ସକାଳ ୭ ଟାରୁ ୧୦.୩୦ ମଧ୍ୟରେ ୱାର୍ଡ ନଂ ୩,୧୫,୧୮ ବାସିନ୍ଦା। ୧୧ ଟାରୁ ଅପରାହ୍ନ ୨.୩୦ ମଧ୍ୟରେ ୱାର୍ଡ ନଂ ୬, ୯ ଓ ଅପରାହ୍ନ ୩.୩୦ ରୁ ସନ୍ଧ୍ୟା ୭ଟା ମଧ୍ୟରେ ୱାର୍ଡ ନଂ ୧୧, ୧୨, ୧୪ର ଶ୍ରଦ୍ଧାଳୁଙ୍କ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି।

ଦର୍ଶନ ପାଇଁ ସ୍ଥାନୀୟ ଲୋକଙ୍କୁ ଯେକୌଣସି ପରିଚୟପତ୍ର ଦେଖାଇ ଧାଡିରେ ଯାଇ ସିଂହ ଦ୍ଵାରରେ ପ୍ରବେଶ କରି ଦର୍ଶନ କରିବା ପରେ ଉତ୍ତରଦ୍ବାରରେ ପ୍ରସ୍ଥାନ କରିବେ। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ବାର ସମ୍ମୁଖରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ତେବେ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ