Masthead

ଭୁବନେଶ୍ୱରରେ ଭାରତୀୟ ହକି ଟିମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରେ ଭାରତୀୟ ହକି ଟିମ । ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ ଭୁବନେଶ୍ୱରରେ ପହଁଚିଲା । ଶିଙ୍ଗ ବାଜା, ଢ଼ୋଲ ମାଡ଼ ସାଙ୍ଗକୁ ଆତସବାଜିରେ କମ୍ପିଲା ରାଜଧାନୀ । ଏୟାରପୋର୍ଟରୁ ଆରମ୍ଭ କରି ହୋଟେଲ୍ , ଷ୍ଟାଡିୟମ୍ ରାସ୍ତା ସମେତ ରାଜଧାନୀର ସବୁ ପ୍ରମୁଖ ରାସ୍ତାଘାଟ ବ୍ୟାନର୍ ପୋଷ୍ଟରରେ ହକି ଖେଳାଳିଙ୍କୁ ସ୍ୱାଗତ କରାଯାଇଛି ।

ବିମାନବନ୍ଦରରେ ଟିମ୍ ପହଁଚିବା ପରେ କ୍ରୀଡ଼ାମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଟୋକିଓ ଅଲିମ୍ପିକ୍ସରେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କୁ ଓଡ଼ିଶା ମାଟିରେ ସ୍ବାଗତ ପାଇଁ ସାରା ସହରରେ ଏଭଳି ଉତ୍ସାହ, ଉତ୍କଣ୍ଠା ଦେଖାଦେଇଛି। ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି । ସେହିପରି ସେମିଫାଇନାଲରେ ମହିଳା ହକି ଦଳର ଲଢ଼ୁଆ ପ୍ରଦର୍ଶନକୁ ନେଇ ସାରା ଦେଶରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ସୁଅ ଛୁଟୁଛି । ଉଭୟ ଦଳର ପ୍ରାୟୋଜକ ଥିବା ଓଡ଼ିଶା ସରକାର ଏହି ଖେଳାଳିମାନଙ୍କୁ ଲୋକସେବା ଭବନ କନଭେନସନ ହଲ୍ ରେ ସ୍ବତନ୍ତ୍ର ସମ୍ବର୍ଦ୍ଧନା କରିବେ । ହୋଟେଲ୍ ରେ ମଧ୍ୟ ଖେଳାଳିଙ୍କ ରହିବାଠାରୁ ଖାଇବା ପର୍ଯ୍ୟନ୍ତ ବ୍ୟାପକ ପ୍ରସ୍ତୁତି କରାଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ