କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବୁନି: ତାଲିବାନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ ସରକାରଙ୍କ ଉପରେ କବଜା କରିଥିବା ତାଲିବାନ କାଶ୍ମୀର ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ତାଲିବାନ କହିଛି କାଶ୍ମୀର ହେଉଛି ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ। ଏହା ଦୁଇ ଦେଶର ଆଭ୍ୟନ୍ତରୀଣ ସମସ୍ୟା । ତାଲିବାନ କହିଛି କାଶ୍ମୀର ସମ୍ପର୍କରେ ସେମାନେ ମୁଣ୍ଡ ଖେଳାଇବେ ନାହିଁ ।

ଆଫଗାନିସ୍ତାନରେ ଲସ୍କର-ଇ-ତୋଇବା ଓ ଲସ୍କର-ଇ-ଝାଙ୍ଗଭି ଭଳି ପାକିସ୍ତାନ ଆତଙ୍କବାଦୀଙ୍କ ଅଭାବ ନଥିବାରୁ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଏହି ଆତଙ୍କବାଦୀମାନେ କାବୁଲର କିଛି ଅଞ୍ଚଳରେ ତାଲିବାନ ସହ ମିଶି କାର୍ୟ୍ୟ କରୁଛନ୍ତି । ଆମେରିକ ସରକାର ଯୋଗାଇଥିବା ସମସ୍ତ ଅସ୍ତ୍ରଶସ୍ତ୍ର ଓ ତିନି ଲକ୍ଷରୁ ଅଧିକ ଆଫଗାନୀ ସେନାଙ୍କ ଅସ୍ତ୍ର ତାଲିବାନ, ଲସ୍କର-ଇ-ତୋଇବା ଓ ଲସ୍କର-ଇ-ଝାଙ୍ଗଭି ପାଖରେ ଅଛି ।

ଦୁର୍ବଳ ତାଲିବାନକୁ ପ୍ରଭାବିତ କରିପାରିବ ଆଇଏସଆଇ । ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ତାଲିବାନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିବ । ଆଫଗାନିସ୍ତାନରେ ଆଇଏସଆଇର କ୍ୟାମ୍ପ ଅଛି ଓ ଜାମ୍ମୁ-କାଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି କରିପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’