Masthead

୨୧ ବର୍ଷରେ ଖାଲି ଏମଓୟୁ, ଯାହା ଶିଳ୍ପ ଥିଲା ତାହା ବି ବନ୍ଦ..

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ଖଣିଖାଦାନର ଅଭାବ ନାହିଁ । ପ୍ରକୃତି ଆମପାଇଁ ପ୍ରଚୁର ଖଣିଜ ସମ୍ପଦ ରଖିଛି । ଲୁହା, କୋଇଲା, ମାଙ୍ଗାନିଜ, ଅଭ୍ର, ଆଲୁମିନା ପ୍ରଭୃତି ଓଡ଼ିଶାରେ ଅଭାବ ନାହିଁ । ଅଭାବ ଅଛି ଆନ୍ତରିକତାର । ଅଭାବ ଅଛି କାର୍ଯ୍ୟଦକ୍ଷତାର। ସେଇଥିପାଇଁ ଆମ ରାଜ୍ୟରେ ଗୋଟିଏ ପରେ ଗୋଟିଏ କଳକାରଖାନା ବନ୍ଦ ହୋଇଯାଇଛି । କୋଣାର୍କ ଟିଭି ବୁଡିଲା । ଅଏଲ୍ ଓଡ଼ିଶା ବୁଡିଲା । ଇପିଟ୍ରନ୍ ଟାଇମସ୍ ବୁଡିଲା । କୋଣାର୍କ ଝୋଟକଳ ବୁଡିଲା । ଓଟିଏମ୍ ବୁଡିଲା । କଳିଂଗ ଟ୍ୟୁବସ୍ , ଟିପିଏମ୍, ବାରଙ୍ଗ କାଚ କାରଖାନା ବୁଡିଲା ।

ଇଷ୍ଟ କୋଷ୍ଟ ଫର୍ଟିଲାଇଜର, ନୟାଗଡ ଚିନି କାରଖାନା, ବଡମ୍ବା ଚିନି କାରଖାନା, ବରଗଡ ଚିନି କାରଖାନା, ଆସ୍କା ଚିନି କାରଖାନା ବୁଡିଲା । ଏସ୍ ଏନ୍ କର୍ପୋରେସନ୍, ଜେ କେ ସିନ୍ଥେଟିକ୍ସ, ବିଲାତି ଓଡ଼ିଶା ବୁଡିଲା । ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ ବୁଡିଲା । ପାର୍ବତୀ ପାୱାରଲୁମ୍, ଜଗତସିଂହପୁର, ବଳଦେବଜୀଉ ପାୱାରଲୁମ୍,କେନ୍ଦ୍ରାପଡା, ମା ବାଉତୀ ପାୱାରଲୁମ୍, ଆଠଗଡ, ମାଣିକେଶ୍ୱରୀ ପାୱାରଲୁମ୍, କଳାହାଣ୍ଡି, ମଧୁନଗର ପାୱାରଲୁମ୍, କଟକ, ଛତିଆ ୱେଭିଂ ମିଲ୍, ଯାଜପୁର, ବରୁଣେଇ ପାୱାରଲୁମ୍, ଖୋର୍ଦ୍ଧା, ବ୍ରହ୍ମପୁର ପାୱାରଲୁମ୍, ଗଂଜାମ, ରାମନଗର ପାୱାରଲୁମ୍, ବରଗଡ, ବାରିପଦା ପାୱାରଲୁମ୍, ତା ସହିତ ୧୩ ଟା ସ୍ପିନିଂ ମିଲ୍ ବୁଡିଲା । ଲେଖିଲେ ଗୋଟାଏ ବହି ହେବ । ଓଡ଼ିଶା ବିକାଶପାଇଁ ସରକାରଙ୍କ ହାତରେ ଆମେ ବର୍ଷକୁ ଦେଉଛୁ ଦେଢଲକ୍ଷ କୋଟି । କ’ଣ ଗୁଜୁରାଟ, କେରଳ,ହାଇଦରାବାଦ, ହରିଆନା, ଛତିଶଗଡ ଯାଇ ଦାଦନ ଖଟିବାକୁ ? ଏ ପଇସା ସବୁଲୋକ ଦେଉଛନ୍ତି, ଗୋଟାଏ ଭ୍ରମ ଧାରଣା ଅଛି ଯେ, କେବଳ ଧନୀ ଲୋକ ସରକାରଂକୁ ଟିକସ ଦିଅନ୍ତି, ତାହା ଭୁଲ୍ କଥା, ଦିନକୁ ୩୦୦ ଟଙ୍କା ରୋଜଗାର ଓ ଖର୍ଚ କରୁଥିବା ମୂଲିଆ ବି ହାରାହାରି ୧୮% ହିସାବରେ ଦିନକୁ ସରକାରୀ ଟ୍ରେଜେରୀକୁ ୫୪ ଟଙ୍କା ଦିଏ । ଜଣେ ରାଷ୍ଟ୍ରନୀତିଜ୍ଞ ତାର ରାଜ୍ୟକୁ ବିକାଶ କରିବାକୁ ଯୋଜନା କରେ, ତାର ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଯୋଜନା କରେ, କେବଳ ଭେଜାଶୂନ୍ୟ ସରକାର ଯୋଜନା କରେ ଭିକ ଦେଇ ଭୋଟ୍ ନେବାକୁ ।

ଟଙ୍କା ତ ଲୋକଙ୍କର, ନବୀନ ଦେଲେ କ’ଣ ? ମୋଦୀ ଦେଲେ କ’ଣ ? କେଉଁଠୁ ଆଣିକି ଦେଲେ ? ବାବୁ ଆମେ ସାଧାରଣ ଲୋକ, ତୁମକୁ ବୁଦ୍ଧିଆ ଭାବି ବିଧାନସଭାକୁ ପଠେଇଛୁ, ବର୍ଷକୁ ଦେଢ ଲକ୍ଷ କୋଟି ଟଙ୍କା ବି ତୁମ ହାତରେ ଦେଉଛୁ, ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଯୋଜନା କରିବା ପାଇଁ, ଆମକୁ ବିପିଏଲ୍ କରି କେରଳ, ମହାରାଷ୍ଟ୍ର, ସୁରଟ, ହାଇଦରାବାଦ, ହରିଆନାକୁ ଦାଦନ ଖଟିବାକୁ ପଠାଇବାକୁ ନୁହେଁ । ଯଦି ଗୋଟାଏ ରାଜ୍ୟରେ ଜେଜେ ବିପିଏଲ୍, ବାପା ବିପିଏଲ୍, ନାତି ବିପିଏଲ୍ ହେବ, ସେ ରାଜ୍ୟରେ ଗୋଟାଏ ନିର୍ବାଚିତ ସରକାର ରହିବ କାହିଁକି ? ସେଠି ତ ରାଷ୍ଟ୍ରପତି ଶାସନ ଜାରି କରିଦେବା କଥା ।

୨୦୦୯ରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଭିନ୍ନ ସିଳ୍ପ ସଂସ୍ଥା ସହ ୧୩୫ଟି ଏମଓୟୁ ସ୍ୱାକ୍ଷର କରିଛନ୍ତି । ଏମଓୟୁ ସ୍ୱାକ୍ଷର ସମୟରେ ବହୁ ରଙ୍ଗିନ୍ ସ୍ୱପ୍ନ ରାଜ୍ୟବାସୀଙ୍କୁ ଦେଖାନ୍ତି । ଶିଳ୍ପ ହେବ ଏତେ ଲୋକ ପରୋକ୍ଷରେ ନିଯୁକ୍ତି ପାଇବେ ପ୍ରତ୍ୟକ୍ଷରେ ଏତେ ଲୋକ ରୋଜଗାର ପାଇବେ । ମାତ୍ର କାରଖାନା କାହିଁ? ଛୁଞ୍ଚିଟିଏ ବି ଓଡ଼ିଶାରେ ତିଆରି ହେଉନି । ଚାକିରି ନପାଇ ରାଜ୍ୟରେ ଶହ ଶହ ଯୁବକ ଆତ୍ମହତ୍ୟା କରୁଛନ୍ତି । ୨୦୧୬ ରେ ୨,୨୯୮, ୨୦୧୭ରେ ୨,୪୦୪ , ୨୦୧୮ରେ ୨,୭୪୧ ଓ ୨୦୧୯ରେ ୨,୮୫୧ ଜଣ ଆତ୍ମହତ୍ୟା କରିଛନ୍ତି । ଏକଥା ଆମେ କହୁନୁ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ