Masthead

ମହିଳା ଆଙ୍କରଙ୍କୁ ଉଠାଇ ନ୍ୟୁଜ ପଢିଲେ ଆତଙ୍କୀ

(ବଡ଼ ଖବର ବ୍ୟୁରୋ): ତାଲିବାନ କବଳରେ ଆଫଗାନିସ୍ତାନ ମିଡିଆ । ନିଜ ନିୟନ୍ତ୍ରଣରେ ରଖିଛନ୍ତି ତାଲିବାନ ଆତଙ୍କବାଦୀ । ମିଡିଆ ଜଗତରେ କାର୍ଯ୍ୟ କରୁଥୁବା ମହିଳାମାନଙ୍କୁ ବାରଣ କରୁଛନ୍ତି ଆତଙ୍କୀ । ତାଲିବାନ ସବୁ କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି । ମହିଳାଙ୍କୁ ସମ୍ମାନ ଦେବାକୁ ପ୍ରତିଶୃତି ଦେଇଥିବା ତାଲିବାନ ମହିଳାଙ୍କୁ ଆଦୌ ସହ୍ୟ କରିପାରୁନାହିଁ । ମହିଳା ସାମ୍ବାଦିକମାନଙ୍କୁ କାମ ବନ୍ଦ କରିବା ପାଇଁ ଧମକ ଦେଇଛି ତାଲିବାନ । ମହିଳା ସାମ୍ବାଦିକମାନେ ଭୟରେ ଥରହର ।

ମହିଳା କର୍ମଚାରୀମାନେ ଆଉ ଅଫିସ ଯାଉନାହାନ୍ତି । ରାଷ୍ଟ୍ରାୟତ୍ତ ଟିଭି ଆରଟିଏରେ କାମ କରୁଥିବା ଆଙ୍କର ସବନମ୍ ଦରୱାନ କହିଛନ୍ତି ତାଙ୍କୁ ଅଫିସ ନଯିବା ପାଇଁ ଆତଙ୍କୀମାନେ ଧମକ ଦେଇଛନ୍ତି । ବହୁ ଟିଭି ଚ୍ୟାନେଲର ମହିଳା ଆଙ୍କରମାନେ ଅନଲାଇନରେ ନ୍ୟୁଜ ପଢୁଥିବା ବେଳେ ତାଲିବାନ ଆତଙ୍କବାଦୀମାନେ ଗନ ପଏଣ୍ଟରେ ସେମାନଙ୍କୁ ଷ୍ଟୁଡିଓରୁ ବାହାର କରିଦେଇଥିଲେ ।

ପରେ ଏହି ଆତଙ୍କୀମାନଙ୍କ ମଧ୍ୟରୁ ଜଣେ ଲେଖାଏଁ ନ୍ୟୁଜ ପଢିଥିଲେ । ମିଡିଆକୁ ତାଲିବାନ ଆତଙ୍କବାଦୀମାନେ ନିଜ କବଜାକୁ ନେଇଥିବାରୁ ସମ୍ବାଦ ପରିବେଷଣରେ ନିରପେକ୍ଷତା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କ ବର୍ବରତା ଯେପରି ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରସାରିତ ନହେବ ସେଥିପାଇଁ ତାଗିଦ କରୁଛି ତାଲିବାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ