Masthead

କାବୁଲ ଏୟାରପୋର୍ଟରେ ୫୨୦୦ ଆମେରିକୀୟ ସୈନ୍ୟ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନ ରାଜଧାନୀ କାବୁଲର ହମିତ କାର୍ଯ୍ୟାୟୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଆମେରିକା ମୁତୟନ କରିଛି ୫୨୦୦ ସୈନ୍ୟ । ଆମେରିକୀୟମାନେ ଆଫଗାନିସ୍ତାନରୁ ଫେରିବା ପର୍ଯ୍ୟନ୍ତ ଏୟାରପୋର୍ଟରେ ସୈନ୍ୟ ମୁତୟନ ହେବେ ବୋଲି ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ।

ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଫଗାନିସ୍ତାନରେ ଥିବା ଆମେରିକୀୟ ସୈନ୍ୟ ସପୂର୍ଣ୍ଣ ପ୍ରତ୍ୟାହାର କରାଯିବା ବେଲି ବାଇଡେନ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବରୁ ଏହି ନିଷ୍ପତ୍ତି ଘୋଷଣା କରିଥିଲେ। ଅଗଷ୍ଟ ୩୧ ସୁଦ୍ଧା ଆମେରିକୀୟ ସୈନ୍ୟ ଓ ସମସ୍ତ ନାଗରିକ ଆଫଗାନିସ୍ତାନ ଛାଡିବା ନିଶ୍ଚିତ ହୋଇଛି । ତେଣେ ବିଭିନ୍ନ ସହରରେ ତେଜୁଛି ତାଲିବାନ ବିରୋଧୀ ସ୍ୱର ଆନ୍ଦୋଳନକାରୀଙ୍କୁ ସାବାଡ କରିବା ପାଇଁ ତାଲିବାନ କରିଛି ଗୁଳି ବର୍ଷା ।

ତାଲିବାନ ବିରୋଧୀ ଗୋଷ୍ଠୀ ଆମେରିକାର ସହାୟତା ଲୋଢିଛନ୍ତି । ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗେଇ ଦେବାକୁ ତାଲିବାନ ବିରୋଧୀମାନେ ଆମେରିକାକୁ ଅନୁରୋଧ କରିଛନ୍ତି । ତାଲିବାନ ଆତଙ୍କବାଦୀମାନେ ଆମେରିକୀୟ ୟୁନିଫର୍ମ ପିନ୍ଧି ବିଦ୍ରୋହ ଦମନ କରୁଛନ୍ତି । ତାଲିବାନ ଆତଙ୍କୀଙ୍କ ଏଭଳି ନୂଆ ତରିକା ଆମେରିକା ପାଇଁ ସମସ୍ୟା ସୃଷ୍ଟି କରିଛି । ତାଲିବାନ ଆତଙ୍କବାଦୀମାନେ ଆମେରିକୀୟ ୟୁନିଫର୍ମ ପିନ୍ଧିବା ସହ ଆମେରିକୀୟ ବନ୍ଧୁକରୁ ଗୁଳି ବର୍ଷା କରୁଛନ୍ତି । ଆମେରିକାର ବ୍ଲାକ୍ ହକ ହେଲିକପ୍ଟରରେ ଚକର କାଟୁଛନ୍ତି ତାଲିବାନ ଆତଙ୍କବାଦୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ