Masthead

ମାଡ଼ି ଆସୁଛି ଉଲକା ପିଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସୁଛି ଉଲକା ପିଣ୍ଡ । ପୁଣିଥରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିଶାଳକାୟ ଉଲକା ପିଣ୍ଡ । ଏହାକୁ ନେଇ ବର୍ତ୍ତମାନ ଭୟ ସୃଷ୍ଟି ହେବାର ଲାଗିଛି । ୪୫ ହଜାର ଫୁଟ ବ୍ୟାସ ବିଶିଷ୍ଟ ଏକ ଉଲକା ପିଣ୍ଡ ଦ୍ରୁତଗତିରେ ଖସୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଏହି ଉଲକା ପିଣ୍ଡର ଆକାର ଦୁବାଇରେ ଥିବା ବୁର୍ଜ ଖଲିଫା ଠାରୁ ମଧ୍ୟ ବଡ଼ । ଶନିବାର ରାତିରେ ଏହା ପୃଥିବୀ ନିକଟ ଦେଇ ଗତି କରିବ ।

ତେଣୁ ଏହା ପୃଥିବୀ ପ୍ରତି ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି । ବୈଜ୍ଞାନିକମାନେ କହିଛନ୍ତି, ପୃଥିବୀ ଏବଂ ଚନ୍ଦ୍ରର ମୋଟ ଦୂରତା ଠାରୁ ୯ ଗୁଣ ଅଧିକ ଦୂରରେ ଉଲକା ପିଣ୍ଡଟି ଶନିବାର ରାତିରେ ପୃଥିବୀ ଅତିକ୍ରମ କରିବ । ଏହା ଘଣ୍ଟା ପ୍ରତି ୯୪, ୨୦୮ କିମି ବେଗରେ ଗତି କରୁଛି । ତେବେ ଯଦି ଏହାର ସାମ୍ନାରେ କୌଣସି ଗ୍ରହ କିମ୍ବା ନକ୍ଷେତ୍ର ଆସିବେ, ସେଗୁଡିକି ଧ୍ୱଂସ ହୋଇଯିବ । ଏହି ଉଲକା ପିଣ୍ଡ ନାଁ ରହିଛି ୨୦୧୬ ଏଜେ ୧୯୩ । ଚଳିତ ଥର ଏହି ଉଲକା ପିଣ୍ଡ ପୃଥିବୀର କୌଣସି କ୍ଷତି କରିପାରିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼