Masthead

ସୋଶିଆଲ ମିଡିଆରେ ତାଲିବାନକୁ ସମର୍ଥନ କରି ୧୪ ଗିରଫ

ଆସାମ (ବଡ଼ ଖବର ବ୍ୟୁରୋ) : ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ । ତାଲିବାନ ଆଫଗାନି ମହିଳାମାନଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରୁଛନ୍ତି । ଏଭଳି ଅମାନୁଷିକ ତାଲିବାନି ମାନଙ୍କ କାଯ୍ୟକଳାପକୁ ସୋଶିଆଲ ମିଡିଆରେ ସମର୍ଥନ କରି ପୋଷ୍ଟ କରିବା ମହଙ୍ଗା ପଡ଼ିଛି ।

ତାଲିବାନୀଙ୍କ ସମର୍ଥନରେ ମତ ରଖିଥିବା ୧୪ ଜଣଙ୍କୁ ଆସାମ ପୁଲିସ୍‌ ଗିରଫ କରିଛି । ଏମାନେ ସମସ୍ତେ ବିଭିନ୍ନ ସୋଶିଆଲ ମିଡିଆ ପ୍ଲାଟଫର୍ମରେ ତାଲିବାନର ଆଫଗାନ ଦଖଲକୁ ଠିକ୍ ବୋଲି କହି ମତ ରଖିଥିଲେ। ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ଆସାମର ବିଭିନ୍ନ ପ୍ରାନ୍ତରୁ ୧୪ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନାଁରେ ବେଆଇନ କାର୍ୟ୍ୟକଳାପ ନିରୋଧ ଆଇନ, ଆଇଟି ଆକ୍ଟ ଓ ସିଆରପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଏଥିସହ ପୁଲିସ୍ ଲୋକମାନଙ୍କୁ ସୋଶିଆଲ ମିଡିଆରେ କୌଣସି ପୋଷ୍ଟ କରିବା ପୂର୍ବରୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ଏବେ ପୁଲିସ୍‌ର ନଜର ବିଭିନ୍ନ ସୋଶିଆଲ ସାଇଟ ଉପରେ ରହିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ