Masthead

ବଲାଙ୍ଗିର ଯିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ରବିବାର ବଲାଙ୍ଗିର ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଜିଲ୍ଲାର ବିଭିନ୍ନ ଜାଗାରେ ଜନ ଆଶୀର୍ବାଦ କାର୍ଯ୍ୟକ୍ରମରେ ସାମିଲ ହେବେ ଅଶ୍ଵିନୀ। ତାସହ ବଲାଙ୍ଗିର ସର୍କିଟ ହାଉସରେ ସାମ୍ବାଦିକ ସମ୍ମିଳନୀ ସହ ବରିଷ୍ଠ ନାଗରିକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲା ବିଜେପି ମହଲରେ ଉତ୍ସାହ ଦେଖା ଦେଇଛି। ଅନ୍ୟପଟେ ମନ୍ତ୍ରୀଙ୍କ ଗସ୍ତକୁ ଦେଖି ସଜେଇ ହେଲାଣି ବଲାଙ୍ଗିର ରେଳ ଷ୍ଟେସନ। ୱାଲ୍ ପେଣ୍ଟିଂ ସହ ଷ୍ଟେସନ ପରିସର ଚକାଚକ। ଅନ୍ୟପଟେ ସହରର ମୁଖ୍ୟ ରାସ୍ତାରେ ଦଳୀୟ ପତାକା ଲାଗିବା ସହ ବିଭିନ୍ନ ଜାଗାରେ ବଡ଼ ବଡ଼ ପୋଷ୍ଟର ଲଗା ଯାଉଛି।

ରବିବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବଲାଙ୍ଗିର ଗସ୍ତ ଲାଗି ଏଭଳି ଆୟୋଜନ। ତେବେ ମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ଜିଲ୍ଲା ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି। ହେଲେ ରେଳ ମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ କରି ଅଶ୍ଵିନୀ ବୈଷ୍ଣବ ବଲାଙ୍ଗିର ଆସୁଥିବାରୁ ଜିଲ୍ଲାର ବିଭିନ୍ନ ରେଳ ପ୍ରକଳ୍ପ ଉପରେ ପଦକ୍ଷେପ ନେବେ ବୋଲି ବିଜେପି ଆଶା ରଖିଛି। ସେପଟେ ମନ୍ଥର ଗତିରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ କାମ । ରେଳପଥ ପରିକଳ୍ପନାକୁ ୨୭ ବର୍ଷ ବିତିଯାଇଥିଲେ ବି ବଲାଙ୍ଗୀରରୁ ଖୋର୍ଦ୍ଧାକୁ ଗଡୁନି ଟ୍ରେନ । ମୁଖ୍ୟ କାରଣ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଥିବା ସମନ୍ବୟ ଏବଂ ଉପଯୁକ୍ତ ପାଣ୍ଠିର ଅଭାବ। ଯେଉଁଥି ପାଇଁ ଏହି ରେଳପଥ ନିର୍ମାଣରେ ସବୁ ବେଳେ ବାଧା ଉପୁଜୁଛି ।

୨୮୯ କିମି ବିଶିଷ୍ଟ ବଲାଙ୍ଗୀର ଖୋର୍ଦ୍ଧା ରେଳପଥର ମାତ୍ର ୮୮ କିମି କାମ ଶେଷ ହୋଇଛି। ବଲାଙ୍ଗୀର ପଟୁ ବିଛୁପାଲି ପର୍ଯ୍ୟନ୍ତ ୧୪ କିମି କାମ ସରିଥିବା ବେଳେ ସେପଟୁ ଖୋର୍ଦ୍ଧାରୁ ମହିପୂର ୭୪ କିମି କାମ ହୋଇ ପାରିଛି । ପ୍ରକଳ୍ପ ମନ୍ଥର ଗତିରେ ଚାଲିଥିବାରୁ ୪ ଶହ କୋଟି ଟଙ୍କାର ପ୍ରକଳ୍ପ ଏବେ ୪ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି। ରବିବାର କେନ୍ଦ୍ର ରେଳମନ୍ତ୍ରୀ ବଲାଙ୍ଗିର ଗସ୍ତରେ ଆସୁଥିବାରୁ ଏହାରି ଉପରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ସହରର ବୁଦ୍ଧିଜୀବୀ। ଅନ୍ୟପଟେ ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେବାକୁ ଦାବି କରିଛନ୍ତି ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ।

୧୯୯୪-୯୫ ମସିହାରେ ବଲାଙ୍ଗୀର ଖୋର୍ଦ୍ଧା ରେଳପଥର ପରିକଳ୍ପନା ହୋଇଥିଲା। ଏବଂ ୨୦୦୧ ମସିହାରେ ଏହାର ଶିଳାନ୍ୟାସ ଦିଆଯାଇଥିଲା । ସେବେଠୁ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାମ ବିଶେଷ ଆଗେଇ ପାରିନାହିଁ । ହେଲେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ୨୦୧୫ରେ ୫୦-୫୦ ଖର୍ଚ୍ଚ ଲାଗି ଉଭୟ ସରକାର ଏମଓୟୁ ସ୍ବାକ୍ଷରିତ କରିଥିଲେ । ଏହାପରେ କାମ କିଛି ଆଗେଇ ଥିଲା । ବୌଦ୍ଧ ଜିଲ୍ଲାରେ ଜଙ୍ଗଲ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ କାମ ଆଗେଇ ପାରୁନି। ଦେଖାଯାଉ କେନ୍ଦ୍ର ରେଳମନ୍ତ୍ରୀଙ୍କ ଗସ୍ତ ଜିଲ୍ଲାବାସୀଙ୍କ ସ୍ବପ୍ନ ସାକାର କରୁଛି ନା ସ୍ଵପ୍ନ ଅଧୁରା ରହୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ