ପଞ୍ଜାବର ଶୋଚନୀୟ ପରାଜୟ

*ପଞ୍ଜାବର ଶୋଚନୀୟ ପରାଜୟ

ଦୁବାଇ ( ବଡ଼ ଖବର ବ୍ୟୁରୋ) : ସନରାଇଜର୍ସ ହାଇଦ୍ରାବାଦ ଗୁରୁବାର ଦିନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ର ୨୨ ମ୍ୟାଚରେ ଏକ କ୍ଲିନିକାଲ୍ ପ୍ରଦର୍ଶନ ପ୍ରଦର୍ଶନ କରି କିଙ୍ଗସ୍ ଏକାଦଶ ପଞ୍ଜାବକୁ ୬୯ ରନରେ ପରାସ୍ତ କରି ପୁଣି ଥରେ ବିଜୟ ଧାରାକୁ ଫେରିଛ । ଏହି ବିଜୟ ସହ ହାଇଦ୍ରାବାଦ ପଏଣ୍ଟେ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ହାଇଦ୍ରାବାଦ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା । ଓପନର ଜନି ବେୟରଷ୍ଟୋ ୫୫ ରନରୁ ବିସ୍ଫୋରକ ୯୭ ରନ୍ କରିଥିବା ବେଳେ ଡେଭିଡ୍ ଓ୍ୱାର୍ଣ୍ଣର ୪୦ ବଲରୁ ୫୨ ରନ୍ କରିଥିଲେ । ଏହି ଦୁଇ ଖେଳାଳି ଆଉଟ୍ ହେବା ପରେ ରନ୍ ଗତି କମି ଯାଇଥିଲା । । ଫଳରେ ଦଳ ୬ ଓ୍ୱିକେଟ୍ ହରାଇ ୨୦୧ ରନ୍ କରିଥିଲା ।
। ପଞ୍ଜାବ ପକ୍ଷରୁ ରବି ବିଷ୍ଣୋଇ ତିନୋଟି  ଓ୍ୱିକେଟ୍ ନେଇଥିବା ବେଳେ ଆର୍ଶଦୀପ ସିଂ ଦୁଇଟି ଓ ମହମ୍ମଦ ସାମି ଗୋଟିଏ ଓ୍ୱିକେଟ୍ ନେଇଥିଲେ ।
୨୦୨ରନର ପିଛା କରୁଥିବା ପଞ୍ଜାବ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା । ରାହୁଲ ୧୧ ରନ୍ କରି ଆଉଟ ହୋଇଥିବା ବେଳେ ମୟଙ୍କ ୯ ରନ୍ କରିଥିଲେ । ତେବେ ନିକୋଲାସ ପୁରନ ଏକା ସଙ୍ଘର୍ଷ ଜାରି ରଖିଥିଲେ । ଶେଷରେ ପୁରନ ୭୭ ରନ୍ କରି ଆଉଟ୍ ହୋଇଥିଲେ । ପୁରନ ଆଉଟ ହେବା ପରେ ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା । ଦଳ ମାତ୍ର ୧୬.୫  ଓଭରରେ ୧୩୨ରେ ଅଲଆଉଟ୍ ହୋଇଯାଇଥିଲା । ହାଇଦ୍ରାବାଦ ପକ୍ଷରୁ ରଶିଦ ଖାନ ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ଖଲିଲ ଅହମ୍ମଦ, ଟି ନଟରାଜନ ୨ଟି ଲେଖାଏଁ  ଓ ଅଭିଷେକ ଶର୍ମା ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’