Masthead

ପଞ୍ଜାବର ଶୋଚନୀୟ ପରାଜୟ

*ପଞ୍ଜାବର ଶୋଚନୀୟ ପରାଜୟ

ଦୁବାଇ ( ବଡ଼ ଖବର ବ୍ୟୁରୋ) : ସନରାଇଜର୍ସ ହାଇଦ୍ରାବାଦ ଗୁରୁବାର ଦିନ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ର ୨୨ ମ୍ୟାଚରେ ଏକ କ୍ଲିନିକାଲ୍ ପ୍ରଦର୍ଶନ ପ୍ରଦର୍ଶନ କରି କିଙ୍ଗସ୍ ଏକାଦଶ ପଞ୍ଜାବକୁ ୬୯ ରନରେ ପରାସ୍ତ କରି ପୁଣି ଥରେ ବିଜୟ ଧାରାକୁ ଫେରିଛ । ଏହି ବିଜୟ ସହ ହାଇଦ୍ରାବାଦ ପଏଣ୍ଟେ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ହାଇଦ୍ରାବାଦ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା । ଓପନର ଜନି ବେୟରଷ୍ଟୋ ୫୫ ରନରୁ ବିସ୍ଫୋରକ ୯୭ ରନ୍ କରିଥିବା ବେଳେ ଡେଭିଡ୍ ଓ୍ୱାର୍ଣ୍ଣର ୪୦ ବଲରୁ ୫୨ ରନ୍ କରିଥିଲେ । ଏହି ଦୁଇ ଖେଳାଳି ଆଉଟ୍ ହେବା ପରେ ରନ୍ ଗତି କମି ଯାଇଥିଲା । । ଫଳରେ ଦଳ ୬ ଓ୍ୱିକେଟ୍ ହରାଇ ୨୦୧ ରନ୍ କରିଥିଲା ।
। ପଞ୍ଜାବ ପକ୍ଷରୁ ରବି ବିଷ୍ଣୋଇ ତିନୋଟି  ଓ୍ୱିକେଟ୍ ନେଇଥିବା ବେଳେ ଆର୍ଶଦୀପ ସିଂ ଦୁଇଟି ଓ ମହମ୍ମଦ ସାମି ଗୋଟିଏ ଓ୍ୱିକେଟ୍ ନେଇଥିଲେ ।
୨୦୨ରନର ପିଛା କରୁଥିବା ପଞ୍ଜାବ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା । ରାହୁଲ ୧୧ ରନ୍ କରି ଆଉଟ ହୋଇଥିବା ବେଳେ ମୟଙ୍କ ୯ ରନ୍ କରିଥିଲେ । ତେବେ ନିକୋଲାସ ପୁରନ ଏକା ସଙ୍ଘର୍ଷ ଜାରି ରଖିଥିଲେ । ଶେଷରେ ପୁରନ ୭୭ ରନ୍ କରି ଆଉଟ୍ ହୋଇଥିଲେ । ପୁରନ ଆଉଟ ହେବା ପରେ ପଞ୍ଜାବର ବିଜୟ ଆଶା ମଉଳି ଯାଇଥିଲା । ଦଳ ମାତ୍ର ୧୬.୫  ଓଭରରେ ୧୩୨ରେ ଅଲଆଉଟ୍ ହୋଇଯାଇଥିଲା । ହାଇଦ୍ରାବାଦ ପକ୍ଷରୁ ରଶିଦ ଖାନ ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ଖଲିଲ ଅହମ୍ମଦ, ଟି ନଟରାଜନ ୨ଟି ଲେଖାଏଁ  ଓ ଅଭିଷେକ ଶର୍ମା ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ