Masthead

କାବୁଲରୁ ଭାରତ ଫେରିଲେ ୮୭ ଭାରତୀୟ ନାଗରିକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କାବୁଲରୁ ଭାରତ ଫେରିଲେ ଆଉ ୮୭ ଭାରତୀୟ ନାଗରିକ । ଏୟାର ଇଣ୍ଡିଆର ବିମାନରେ ଏହି ୮୭ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଛି । ଯେଉଁମାନଙ୍କ ମଧ୍ୟରେ ଦୁଇ ଜଣ ନେପାଳର ନାଗରିକ ମଧ୍ୟ ଅଛନ୍ତି । ବିମାନରେ ବସିବା ପରେ ଭାରତ ମାତା କି ଜୟ ନାରା ଦେଇଥିଲେ ଭାରତୀୟ ନାଗରିକ । ତେବେ ସ୍ୱଦେଶ ଫେରିଥିବାରୁ ସେମାନଙ୍କ ମନରେ ଉଲ୍ଲାସ ଭରି ରହିଥିଲା । ଭାରତ ସରକାରଙ୍କ ପକ୍ଷରୁ ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ।

ଏବେ ଅଧିକ ବିମାନ କାବୁଲ ପଠାଯିବ । ପ୍ରତ୍ୟେକ ଦିନ ଦୁଇଟି ବିମାନ ଉଡାଣ ପାଇଁ ଭାରତକୁ ଅନୁମତି ମିଳିଛି । କାବୁଲରୁ ଏହି ବିମାନ ଉଡାଣ ଭରିବ । ସେହିପରି ଆମେରିକା ମଧ୍ୟ କାବୁଲ ଏୟାରପୋର୍ଟରୁ ନିଜ ନାଗରିକଙ୍କୁ ଫେରାଇ ନେବା ପାଇଁ ଉଦ୍ୟମ ଜାରି ରଖିଛି । କାବୁଲ ଏୟାରପୋର୍ଟରେ ୫ ହଜାରରୁ ଅଧିକ ଆମେରିକୀୟ ସୈନିକ ଉପସ୍ଥିତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ