Masthead

ସାଂସଦ-ବିଧାୟକଙ୍କ ଅପରାଧିକ କାର୍ଯ୍ୟକଳାପ, ୧୫୧ ମାମଲାରୁ ୫୮ ଧର୍ତ୍ତବ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ବିଭିନ୍ନ ସ୍ଥାନରେ ଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଅନେକ କାର୍ଯ୍ୟରତ ଓ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ନାଁରେ ୧୫୧ ଟି ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୫୮ ଟି କେସ ରହିଛି , ସାଂସଦ ମାନେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ଆଜୀବନ ଜେଲଦଣ୍ଡ ମିଳିବ । ତେବେ ଏହା ମଧ୍ୟରୁ ଏକ ତୃତୀୟାଂଶ କେସରେ ଟ୍ରାଏଲ ଅତ୍ୟନ୍ତ ଧିମା ଗତିରେ ଚାଲିଛି ।

ବହୁତ ବର୍ଷ ତଳେ ଘଟଣା ଘଟିଥିଲେ ମଧ୍ୟ ସେମାନଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇନାହିଁ । ଆଜି ଏମାମଲାରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି । ୨୦୧୬ରେ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ କାର୍ଯ୍ୟରତ ଓ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ମାମଲା ଗୁଡିକ ଶୁଣାଣି ତ୍ୱରାନ୍ୱିତ କରିବାକୁ ଫାଷ୍ଟଟ୍ରାକ୍ ବ୍ୟବସ୍ଥା କରିବାକୁ ଆବେଦନ କରିଥିଲେ ।

ଏହି ଆବେଦନ ପରେ ସୁପ୍ରିମକୋର୍ଟ ଆଇନଜୀବୀ ବିଜୟ ହନସାରିଆଙ୍କୁ ମାମଲାରେ ସହଯୋଗ କରିବା ପାଇଁ ଆମିକସକ୍ୟୁରୀ ଭାବେ ନିଯୁକ୍ତି କରିଥିଲେ । ସେ ରିପୋର୍ଟ ପ୍ରସ୍ତୁତ କରି ସୁପ୍ରିମକୋର୍ଟଙ୍କ ଆଗରେ ଉପସ୍ଥାପନା କରିଛନ୍ତି । ୧୪ ତମ ରିପୋର୍ଟରେ କୁହାଯାଇଛି ଯେ ୧୫୧ ଟି କେସ ବିଭିନ୍ନ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଟ୍ରାଏଲ ଅପେକ୍ଷାରେ ରହିଛି । ଏହାସହ ୫୧ ଟି କେସରେ ଦୋଷୀଙ୍କୁ ଦୋଷୀଙ୍କୁ ଆଜୀବନ ଜେଲଦଣ୍ଡ ମିଳିପାରିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ