Masthead

ମାଲକାନଗିରିରେ ସମସ୍ତ ଲଘୁଖଣି ଟେଣ୍ଡର ରଦ୍ଦ

ମାଲକାନଗିର (ବଡ଼ ଖବର ବ୍ୟୁରୋ): ସମସ୍ତ ୪୮ଟି ଲଘୁଖଣି ଟେଣ୍ଡର ରଦ୍ଦ କଲେ ଜିଲ୍ଲାପାଳ । ବହୁ ଚର୍ଚ୍ଚିତ ଲଘୁ ଖଣିଜ ଟେଣ୍ଡର ଶେଷରେ ରଦ୍ଦ ହୋଇଛି। ସମସ୍ତ ୪୮ଟି ଲଘୁଖଣି ଟେଣ୍ଡର ରଦ୍ଦ କଲେ ଜିଲ୍ଲାପାଳ । ତତ୍କାଳୀନ ଜିଲ୍ଲାପାଳ ଯଦୁଲା ବିଜୟ ଏହି ଟେଣ୍ଡେର ପ୍ରକ୍ରିୟାକୁ ଫିକ୍ସିଂ କରିଥିବା କଂଗ୍ରେସ ନେତା ପ୍ରଦୀପ ମାଝି ଅଭିଯୋଗ କରିଥିଲେ। ଭିଜି ଗ୍ରାନାଇଟର ମାଲିକ ବେନୁଗୋପଲ ଲଘୁ ଖଣିଜ ଟେଣ୍ଡର ପ୍ରକ୍ରିୟାରେ ୭ ଟି ଖଣି ପାଇଥିଲେ।

ତତ୍କାଳୀନ ଜିଲ୍ଲାପାଳ ନିଜ ଘରେ ସମସ୍ତ ଟେଣ୍ଡର ବକ୍ସ ନେଇ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ପରେ ତଦନ୍ତ କରାଯାଇ ବେନୁଗୋପଲ ଦାଖଲ କରିଥିବା ସେଲବେନ୍ସି ସାର୍ଟିଫିକେକୁ ମଧ୍ୟ ରଦ୍ଦ କରାଯାଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରଦ୍ଦ କରିବାପାଇଁ ବାରମ୍ବାର ଦାବି କରାଯାଉଥିଲା। ମାଲକାନଗିରିରେ ନୂତନ ଭାବେ ଦାୟିତ୍ୱ ନେଇଥିବା ବିଶାଳ ସିଂ ଏହି ଘଟଣାକୁ ଗୁରୁତର ସହ ନେଇଥିଲେ ।

ତଦନ୍ତ ପରେ ଟେଣ୍ଡରରେ ହେରଫେର ହୋଇଥିବା ଜଣାପଡିଥିଲା। ପୂର୍ବତନ ଜିଲ୍ଲାପାଳ କରିଥିବା ସମସ୍ତ ୪୮ ଟେଣ୍ଡରକୁ ବର୍ତ୍ତମାନର ଜିଲ୍ଲାପାଳ ରଦ୍ଦ କରିଛନ୍ତି । ସମସ୍ତ ଟେଣ୍ଡର ରଦ୍ଦ ହେବା ପରେ ପୂର୍ବତନ ସାଂସଦ ତଥା ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି ଖଣି ଦୁର୍ନୀତିରେ ବହୁ ସରକାରୀ ଅଫିସର ସମ୍ପୃକ୍ତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ