Masthead

ମନ୍ଦିରରୁ ଚୋରି

କନ୍ଧମାଳ (ବଡ଼ ଖବର ବ୍ୟୁରୋ): ଚକାପଦରର ମନ୍ଦିରରୁ ତାଲା ଭାଙ୍ଗି ଚୋରି। କନ୍ଧମାଳ ଜିଲା ଚକାପାଦର ବିରୁପାକ୍ଷ ଓ ଆନନ୍ଦେଶ୍ୱର ମନ୍ଦିରରୁ ତାଲା ଭାଙ୍ଗି ଦାନ ହୁଣ୍ଡି ଚୋରି। ସକାଳୁ ପୂଜକ ପଂଚାନନ ମହାପାତ୍ର ଓ ସଂସାରୀ ମହାପାତ୍ର ମନ୍ଦିର ଖୋଲିବା ବେଳେ ଚୋରି ହୋଇଥିବା ଜାଣି ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚକାପାଦ ଅଚଂଳରେ ଗତ କିଛି ଦିନ ଧରି ଡକାୟତି, ଚୋରି , ହତ୍ୟା ଘଟଣା ଦେଖିବାକୁ ମିଳିଛି।

କିଛିଦିନ ଆଗରୁ ଏକ ମୋବାଇଲ ଦୋକାନରୁ ୪ ଲକ୍ଷ ଟଙ୍କାର ମୋବାଇଲ ଚୋରି ଯାଇଥିଲା। ପୋଲିସ ନିଷ୍କ୍ରିୟତା ଅଭାବରୁ ଏପରି ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏନେଇ କିଛିଦିନ ଆଗରୁ ବଣିକ ସଂଘ ପକ୍ଷରୁ ଚକାପାଦ ଥାନା ଘେରାଉ କରାଯାଇଥିଲା। ତଥାପି ଚୋରି ଘଟଣା ବଢିଚାଲିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମଧ୍ୟରେ ପୋଲିସ ପ୍ରଶାସନ ପ୍ରତି ଆସ୍ଥା ହରାଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା