ପରିବାର ସହ ଦେଶ ଛାଡ଼ିଲେ ଆଫଗାନର ମହିଳା ଫୁଟବଲ ଦଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ତାଲିବାନ ଆତଙ୍କ । କ୍ଷମତା ଅକ୍ତିଆର କରିବା ପରେ ନାଗରିକମାନେ ଦେଶ ଛାଡ଼ିବାରେ ଲାଗିଛନ୍ତି । ପ୍ରତିଦିନ ତାଲିବାନ ଆତଙ୍କର ଆସୁଛି ଛାତିଥରା ଦୃଶ୍ୟ । ଏହାମଧ୍ୟରେ ଏବେ ତାଲିବାନ ଛାଡ଼ିଛନ୍ତି ଦେଶର ମହିଳା ଫୁଟବଲ ଦଳ । ଦେଶର କ୍ରୀଡ଼ାବିତ ମାନଙ୍କ ଭବିଷ୍ୟତକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ଏହି କ୍ରୀଡ଼ାବିତ ।

ନିଜ ପରିବାର ସହ ୭୫ଜଣିଆ ଦଳ ଆଫଗାନିସ୍ତାନ ମହିଳା ଫୁଟବଲ ଖେଳାଳି ଦେଶ ଛାଡ଼ି ଅଷ୍ଟ୍ରେଲିଆ ପଳାିଛନ୍ତି । ସେମାନଙ୍କୁ ବିଶ୍ୱ ଫୁଟବଲ ପ୍ଲେୟାର୍ସ ୟୁନିଅନ, ଏଫଆଇଏଫପିଆରଓ ତରଫରୁ ଉଦ୍ଧାର କରି ଅଷ୍ଟ୍ରେଲିଆରେ ରଖାଯାଇଛି । ଏନେଇ ମହିଳା ଫୁଟବଲ ଖେଳାଳୀ ମାନେ ଅଷ୍ଟ୍ରେଲିଆ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ୨୦୦୭ରେ ଆଫଗାନିସ୍ତାନ ମହିଳା ଫୁଟବଲ ଦଳ ଗଠନ କରା ଯାଇଥିଲା।

ମହିଳାମାନେ କ୍ରୀଡ଼ାକୁ ଆସିବା ନେଇ ତାଲିବାନ ବିରୋଧ କରି ଆସୁଥିବା ବେଳେ ରାଜନୈତିକ ନିୟମ ଆଧାରରେ ମହିଳା କ୍ରୀଡ଼ାବିତ୍ ଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ତାଲିବାନ ଆଫଗାନିସ୍ତାନ ଅକ୍ତିଆର କରିବା ପରେ ମହିଳା କ୍ରୀଡ଼ାବିତ୍ ମାନେ ଚିନ୍ତାରେ ପଡ଼ିଥିଲେ। ମହିଳା କ୍ରୀଡ଼ାବିତ୍ ମାନଙ୍କୁ ଫେସବୁକ୍ ରୁ ଫଟୋକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା। କିଛି ଦିନ ହେବ ଆମେ ଭୟଭୀତ ଓ ଚିନ୍ତାରେ ରହିଥିଲୁ। ଆମେ ବଡ ସଫଳତା ପାଇଛୁ ବୋଲି ମହିଳା ଫୁଟବଲ ଦଳ ଅଧିନାୟିକା ଖାଲିଦା ପୋପାଲ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ