Masthead

ପରିବାର ସହ ଦେଶ ଛାଡ଼ିଲେ ଆଫଗାନର ମହିଳା ଫୁଟବଲ ଦଳ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନରେ ତାଲିବାନ ଆତଙ୍କ । କ୍ଷମତା ଅକ୍ତିଆର କରିବା ପରେ ନାଗରିକମାନେ ଦେଶ ଛାଡ଼ିବାରେ ଲାଗିଛନ୍ତି । ପ୍ରତିଦିନ ତାଲିବାନ ଆତଙ୍କର ଆସୁଛି ଛାତିଥରା ଦୃଶ୍ୟ । ଏହାମଧ୍ୟରେ ଏବେ ତାଲିବାନ ଛାଡ଼ିଛନ୍ତି ଦେଶର ମହିଳା ଫୁଟବଲ ଦଳ । ଦେଶର କ୍ରୀଡ଼ାବିତ ମାନଙ୍କ ଭବିଷ୍ୟତକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ଏହି କ୍ରୀଡ଼ାବିତ ।

ନିଜ ପରିବାର ସହ ୭୫ଜଣିଆ ଦଳ ଆଫଗାନିସ୍ତାନ ମହିଳା ଫୁଟବଲ ଖେଳାଳି ଦେଶ ଛାଡ଼ି ଅଷ୍ଟ୍ରେଲିଆ ପଳାିଛନ୍ତି । ସେମାନଙ୍କୁ ବିଶ୍ୱ ଫୁଟବଲ ପ୍ଲେୟାର୍ସ ୟୁନିଅନ, ଏଫଆଇଏଫପିଆରଓ ତରଫରୁ ଉଦ୍ଧାର କରି ଅଷ୍ଟ୍ରେଲିଆରେ ରଖାଯାଇଛି । ଏନେଇ ମହିଳା ଫୁଟବଲ ଖେଳାଳୀ ମାନେ ଅଷ୍ଟ୍ରେଲିଆ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ୨୦୦୭ରେ ଆଫଗାନିସ୍ତାନ ମହିଳା ଫୁଟବଲ ଦଳ ଗଠନ କରା ଯାଇଥିଲା।

ମହିଳାମାନେ କ୍ରୀଡ଼ାକୁ ଆସିବା ନେଇ ତାଲିବାନ ବିରୋଧ କରି ଆସୁଥିବା ବେଳେ ରାଜନୈତିକ ନିୟମ ଆଧାରରେ ମହିଳା କ୍ରୀଡ଼ାବିତ୍ ଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ତାଲିବାନ ଆଫଗାନିସ୍ତାନ ଅକ୍ତିଆର କରିବା ପରେ ମହିଳା କ୍ରୀଡ଼ାବିତ୍ ମାନେ ଚିନ୍ତାରେ ପଡ଼ିଥିଲେ। ମହିଳା କ୍ରୀଡ଼ାବିତ୍ ମାନଙ୍କୁ ଫେସବୁକ୍ ରୁ ଫଟୋକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା। କିଛି ଦିନ ହେବ ଆମେ ଭୟଭୀତ ଓ ଚିନ୍ତାରେ ରହିଥିଲୁ। ଆମେ ବଡ ସଫଳତା ପାଇଛୁ ବୋଲି ମହିଳା ଫୁଟବଲ ଦଳ ଅଧିନାୟିକା ଖାଲିଦା ପୋପାଲ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା