Masthead

ସମ୍ପର୍କରେ ଲାଗିଲା ରକ୍ତର ଛିଟା

ବଣାଇ (ବଡ଼ ଖବର ବ୍ୟୁରୋ): ଘରୋଇ କଳହର କରୁଣ ପରିଣତି । କାକାକୁ ହତ୍ୟା କଲା ପୁତୁରା । ଛଡାଇବାକୁ ଯାଇ ସାତ ବର୍ଷର ଝିଅର ହାତ କଟିଲା । ସାମାନ୍ୟ ଏକ ସାଇକେଲ ପାଇଁ କାକା ଓ ପୁତୁରା ମଧ୍ୟରେ ବଚସା ଏକ ହତ୍ୟାକାଣ୍ଡର ରୂପ ନେଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଲହୁଣିପଡ଼ା ଥାନା ବିଜାଘାଟ ଗ୍ରାମରେ । ରବିନ୍ଦ୍ର ନାୟକଙ୍କର ଏକ ସାଇକେଲ ପୁତୁରା ସୁଶାନ୍ତ ନାୟକ ମାଗି ନେଇ ଚଳାଉ ଥିଲା ।

ସାଇକେଲ ଅବସ୍ଥା ଖରାପ କରିବାରୁ କାକା ରବିନ୍ଦ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ସୁଶାନ୍ତ ସାଇକେଲଟି ଆଣି କଚାଡି ଦେଇ ଗାଳି ଗୁଲଜ ଆରମ୍ଭ କରିଥିଲା । କଳହ ବଢିବା ପରେ ଉତ୍ୟକ୍ତ ସୁଶାନ୍ତ ଏକ ଭୁଜାଲି ଆଣି କାକା ରବିନ୍ଦ୍ରକୁ ଆକ୍ରମଣ କରିଥିଲା । ରବିନ୍ଦ୍ରର ସାତ ବର୍ଷର ଝିଅ ସନ୍ଧ୍ୟା ସାମ୍ନାକୁ ଆସିବା ପରେ ସୁଶାନ୍ତ ଭଉଣୀକୁ ମଧ୍ୟ ହାଣି ଦେଇଥିଲା । ଭୁଜାଲି ଆକ୍ରମଣ ରେ ରବିନ୍ଦ୍ର ମରିବା ପୂର୍ବରୁ ହାତରେ ଧରିଥିବା ଠେଙ୍ଗାରେ ଏକ ଶକ୍ତ ପାହାର ପୁତୁରା ସୁଶାନ୍ତ ମୁଣ୍ଡକୁ ପକାଇ ଟଳିପଡି ଥିଲା ।

ଗ୍ରାମବାସୀ ପୋଲିସରେ ଖବର ଦେବା ପରେ ପୋଲିସ ହତ୍ୟାକାରୀ ଓ ଆହତ ଝିଅକୁ ଉଦ୍ଧାର କରି ରାଉରକେଲା ଚିକିତ୍ସା ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛନ୍ତି । ଘଟଣାସ୍ଥଳରେ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଛି । ରାଉରକେଲାରେ ଚିକିତ୍ସାଧୀନ ଅଭିଯୁକ୍ତକୁ କଡା ପହରା ମଧ୍ୟରେ ଚିକିତ୍ସିତ କରାଯାଉଥିବା ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ