Masthead

ସୁସ୍ଥ ହେଲେ ୪୦୬୬ ଆକ୍ରାନ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ପାଇଁ ଖୁସି ଖବର । ଆଜି ରାଜ୍ୟରେ ୩୦୫୩ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ଶନିବାର ପୁଣି ୪୦୬୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଯାହା ରାଜ୍ୟ ପାଇଁ ଏକ ଆସ୍ୱସ୍ଥିକର ଖବର । ଏହି ୪୦୬୬ଜଣ ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୯୮ ହଜାର ୧୯୪ରେ ପହଞ୍ଚିଛିି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୁସ୍ଥ ହୋଇଥିବା ୪୦୬୬ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୮ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୨୧ଜଣ, ଅନୁଗୁଳରୁ ୨୨୫ଜଣ, ଯାଜପୁରରୁ ୧୮୧ଜଣ, ସୁନ୍ଦରଗଡ଼ରୁ ୧୬୭ଜଣ, ଜଗତସିଂହପୁର ଓ ନୁଆପଡ଼ାରୁ ୧୫୨ଜଣ ଲେଖାଏଁ, ବରଗଡ଼ରୁ ୧୪୧ଜଣ, ନବରଙ୍ଗପୁରରୁ ୧୩୫ଜଣ, ସମ୍ବଲପୁରରୁ ୧୨୮ଜଣ, ଭଦ୍ରକରୁ ୧୨୭ଜଣ, ବାଲେଶ୍ୱରରୁ ୧୧୯ଜଣ, ମୟୁରଭଞ୍ଜରୁ ୧୧୪ଜଣ, କନ୍ଧମାଳରୁ ୧୦୮ଜଣ, କେନ୍ଦ୍ରାପଡ଼ାରୁ ୧୦୬ଜଣ, ପୁରୀରୁ ୧୦୫ଜଣ, ଝାରସୁଗୁଡ଼ାରୁ ୯୧ଜଣ, ବଲାଙ୍ଗୀରରୁ ୮୧ଜଣ, କେନ୍ଦୁଝର ଓ ମାଲକାନାଗିରିରୁ ରୁ ୬୫ଜଣ ଲେଖାଏଁ, ରାୟଗଡ଼ା ଓ ସୋନପୁରରୁ ୬୧ଜଣ ଲେଖାଏଁ, ଗଞ୍ଜାମ, କଳାହାଣ୍ଡି ଓ କୋରାପୁଟରୁ ୬୦ଜଣ, ବୈଦ୍ଧରୁ ୫୯ଜଣ, ଢେଙ୍କାନାଳରୁ ୫୭ଜଣ, ନୟାଗଡ଼ରୁ ୪୧ଜଣ, ଦେବଗଡ଼ରୁ ୧୪ଜଣ, ଗଜପତିରୁ ୧୩ଜଣ ଓ ୧୪୯ଜଣ ଷ୍ଟେଟ ପୁଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା