Masthead

ଶିବସେନାକୁ ନାରାୟଣ ରାଣେଙ୍କ ଚେତାବନୀ, “ସମୟ ଆସିଲେ ଗୋଟି ଗୋଟି ନେତାଙ୍କ ପୋଲ୍ ଖୋଲିବି”

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଢ଼ୁଛି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ କଳି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ବନ୍ତବ୍ୟ ଦେଇ ଗିରଫ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । ତେବେ ପୋଲିସ ହେପାଜତରୁ ବାହାରିବା ପରେ ଶିବସେନାକୁ ରାମବାଣ ମାରୁଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି କ୍ଷମତାରେ ଅଛନ୍ତି ବୋଲି ସେମାନେ ମତେ ଗିରଫ କଲେ । ହେଲେ ମୁଁ ଅନେକ ନେତାଙ୍କ ବାବଦରେ ଜାଣିଛି । ଆଗାମୀ ଦିନରେ ସେମାନଙ୍କ ପୋଲି ମଧ୍ୟ ଖୋଲିବି । ଶିବସେନାର କୌଣସି ନେତାଙ୍କ ନାମ ନନେଇ ସେ କହିଛନ୍ତି ଯେ ତାଙ୍କ ଭାଇଙ୍କ ସ୍ତ୍ରୀ ଉପରେ ଏସିଡ୍ ପକାଇବାକୁ କିଏ କହିଛନ୍ତି ସେ ଜାଣନ୍ତି।

ଗତ ସପ୍ତାହରେ ରତ୍ନଗିରି ଜିଲ୍ଲାର ‘ଜନ ଆଶୀର୍ବାଦ୍ ଯାତ୍ରା’ କରିବା ସମୟରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା କଥା କହିଥିଲେ। ଏହା ପରେ ମଙ୍ଗଳବାର ତାଙ୍କୁ ପୁଲିସ ଗିରଫ କରିଥିଲା ଏବଂ କିଛି ଘଣ୍ଟା ପରେ ତାଙ୍କୁ ଜାମିନ ମିଳିଥିଲା। ତେବେ ଯେଉଁ ମନ୍ତବ୍ୟ ପାଇଁ ସେ ଗିରଫ ହୋଇଛନ୍ତି ତାହା ଭୁଲ୍ ନୁହେଁ ବୋଲି ଜାମିନ ପାଇବା ପରେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଦଳକୁ ଚେତାବନୀ ଦେବାକୁ ଯାଇ କହିଛନ୍ତି ଯେ ମୁଁ ତାଙ୍କ ସହ ୩୯ ବର୍ଷ କାମ କରିଛି। ଅନେକ ନେତାଙ୍କ ପୋଲ୍ ଜାଣିଛନ୍ତି ଆଗାମୀ ଦିନରେ ଗୋଟି ଗୋଟି କରି ହିସାବ କରିବେ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ