Masthead

ଭାଇରାଲ ହେଉଛି ବବି ମିଶ୍ରଙ୍କ ଭିଡିଓ, ମଦ ପିଇ ପଡ଼ୋଶୀଙ୍କୁ ଦେଖାଇଲେ ବନ୍ଧୁକ ମାରିଲେ ମାଡ଼

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବନ୍ଧୁକ ମୁନରେ ଡରାଉଛନ୍ତି ଓଡ଼ିଆ ସିନେ ଅଭିନେତା । ସିନେମାରେ ନୁହେଁ ସତସତିକା ଏପରି କାଣ୍ଡ କରିଛନ୍ତି ଏହି ଅଭିନେତା ଜଣକ । ଖାଲି ବନ୍ଧୁକ ଦେଖାଉନାହାନ୍ତି, ମାଡ଼ ବି ମାରୁଛନ୍ତି । ଅଭିନେତାଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଏନେଇ ଅଭିଯୋଗ ହୋଇଛି । ତେବେ ଏହି ସିନେ ଅଭିନେତା ଜଣକ ହେଉଛନ୍ତି ଓଲିଉଡ଼ର ଜଣାଶୁଣା ଅଭିନେତା ବବି ମିଶ୍ର । ଗତକାଲି ନିଶାସକ୍ତ ଅବସ୍ଥାରେ ସେ ନିଜ ପଡ଼ୋଶୀଙ୍କ ସହ ଏପରି କାଣ୍ଡ କରିଛନ୍ତି । ଯାହାକୁ ନେଇ ତାଙ୍କ ପଡ଼ୋଶୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ।

ତାଙ୍କ ପଡ଼ୋଶୀଙ୍କ ଅଭିଯୋଗ ମୁତାବକ ବବି ମିଶ୍ର ନୟାପଲ୍ଲୀ ଆଇଆରସି ଭିଲେଜର ଏନ-୧ରେ ଏକ ଆପାର୍ଟମେଣ୍ଟରେ ରହୁଛନ୍ତି । କୌଣସି କାରଣ ନେଇ ପଡ଼ୋଶୀଙ୍କ ସହ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବବି ଘରୁ ଏକ ବନ୍ଧୁକ ଆଣି ତାଙ୍କୁ ଧମକାଇଥିଲେ । ଏପରିକି ଆପାର୍ଟମେଣ୍ଟର ଅନ୍ୟାନ୍ୟ ଲୋକଙ୍କ ସହ ମିଶି ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ । ତେବେ ପୋଲିସ ନିକଟରେ ଅଭିଯୋଗ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆପାର୍ଟମେଣ୍ଟ ପାଖାପାଖି ସିସି କ୍ୟାମେରାର ଯାଞ୍ଚ କରାଯାଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ଗ୍ଲାସଗୋରେ ଭାରତର ଡବଲ୍ ଖୁସି: ନୀରଜଙ୍କ ରୌପ୍ୟ, ଅସ୍ମିତାଙ୍କ ସ୍ୱର୍ଣ୍ଣ 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ଗ୍ଲାସଗୋରେ ଭାରତର ଡବଲ୍ ଖୁସି: ନୀରଜଙ୍କ ରୌପ୍ୟ, ଅସ୍ମିତାଙ୍କ ସ୍ୱର୍ଣ୍ଣ 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍!