Masthead

ଜରିପାଲ ତଳେ ଜୀବନ

ମୁନିଗୁଡ଼ା(ବଡ଼ ଖବର ବ୍ୟୁରୋ): ଆବାସ ଯୋଜନାରେ ଘର ପାଇଁ ସୁଦ୍ଧା ୮ ବର୍ଷ ହେବ ଜରିପାଲ ତଳେ ଜୀବନ ବିତୁଛି । ଦଦରା ମାଟି କୁଡ଼ିଆରେ ବିତୁଛି ୬ ପ୍ରାଣୀଙ୍କ ଜୀବନ । ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଳାଭଟ୍ଟା ପଞ୍ଚାୟତ ଷ୍ଟେସନ କୁମୁଡାବାଳୀ ଗ୍ରାମର ପବିତ୍ର ସୁନାଙ୍କ ସ୍ତ୍ରୀ ସବିତା ସୁନାଙ୍କୁ ୨୦୧୩-୧୪ରେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ମିଳିଥିଲା ୭୫ ହଜାର ଟଙ୍କା । ଘର ତିଆରି ପାଇଁ ଅସମର୍ଥ ପବିତ୍ର ଠିକାଦାର ହାତକୁ ଟେକି ଦେଇଥିଲେ ଦାୟିତ୍ୱ । ୮ ବର୍ଷ ବିତିଗଲା । ଘର ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ।

 ଠିକାଦାର ବ୍ଲକ ଅଫିସରେ ଧରାଧରି କରି ଫାଇନାଲ ବିଲ୍ ଉଠାଇ ନେଇଛନ୍ତି । ପବିତ୍ର ବାରମ୍ବାର ବ୍ଲକ ଅଫିସକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି । ଜରିପାଲଟାଣି ଭଙ୍ଗାଦଦରା ଘରେ ପବିତ୍ର ପିଲାଛୁଆଙ୍କୁ ନେଇ ପଡିରହିଛନ୍ତି । ବ୍ଲକର ଜେଇ, ବିଡିଓ ପିସି ଖାଇଲେ, ଲାଭ ଉଠାଇଲେ ଠିକାଦାର । ଆଉ ଯନ୍ତ୍ରଣା ଭୋଗୁଛନ୍ତି ବିଚରା ପବିତ୍ର ଓ ତାଙ୍କ ପରିବାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ