Masthead

ରକ୍ତ ଦିଅ ଶାଢୀ ନିଅ

donate-blood-and-take-a-sari

ଖଇରା (ବଡ଼ ଖବର ବ୍ୟୁରୋ): ଅଫର,ଅଫର,ଅଫର । ରକ୍ତଦାନ ଶିବିରରେ ବିଜେଡିର ଶାଢ଼ୀ ଅଫର । ରକ୍ତ ଦେଲେ ମିଳୁଛି ଶାଢୀ । ବାଲେଶ୍ୱର ଜିଲ୍ଲା ଖଇରା ପ୍ରାଥମିକ ବିଦ୍ୟାଳୟରେ ବିଜେଡି ଜିଲ୍ଲା ମହିଳା ଶାଖା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରେ ଦିଆଯାଇଛି ଏହି ଅଫର । ବିଜେଡି ରକ୍ତ ନେଉଛି । ସବୁଠୁ ରକ୍ତ ନେଉଛି । ବିଜେଡି ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜନ କରୁଛି ରକ୍ତଦାନ ଶିବିର । କିନ୍ତୁ ଖଇରା ପ୍ରାଥମିକ ବିଦ୍ୟାଳୟରେ କେବଳ ମହିଳାମାନେ ଦେଇଥିଲେ ରକ୍ତ । ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଥିଲା ଏହି ରକ୍ତଦାନ ଶିବିର । ମହିଳା ରକ୍ତଦାତାମାନଙ୍କୁ ଦିଆଯାଇଥିଲା ଅଫର । ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ସୁବାସିନୀ ଜେନା କହିଛନ୍ତି ରକ୍ତ ଦେଇଥିବା ମହିଳାମାନଙ୍କୁ ଉତ୍ସାହିତ କରିବା ପାଇଁ ଦିଆଯାଇଛି ଶାଢୀ ଅଫର ।

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଖେଳିଛି ମହିଳା କାର୍ଡ । ବିଜେଡି ରକ୍ତ ନେବା ପରେ ଖଇରା ବିଧାୟକ ତଥା ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମହିଳାମାନଙ୍କୁ ସାଧୁବାଦ ଜଣାଇଛନ୍ତି । ମହିଳାମାନେ ଆଗକୁ ଗଲେ ସନ୍ତୁଳିତ ସମାଜ ଗଠନ ହୋଇପାରିବ । ରକ୍ତ ଦେଇଥିବା ମହିଳାମାଙ୍କୁ ଶାଢୀ ଦେଇ ଉତ୍ସାହିତ କରାଯାଇଛି । ଏଇ ଶାଢୀ ସମ୍ମାନ ଓ ଉତ୍ସାହ ବଢାଇବ ବୋଲି ମନ୍ତ୍ରୀ କହିଛନ୍ତି । ସରକାର ଲୋକଙ୍କୁ କରୋନା ସଚେତନ କରାଉଥିବା ବେଳେ ଏଠାରେ କିନ୍ତୁ ସାମାଜିକ ଦୂରତାକୁ ସମସ୍ତେ ଭୁଲିଯାଇଥିଲେ । ତେବେ ମାନିବାକୁ ପଡିବ ରକ୍ତଦାନ ଶିବିରରେ ମନ୍ତ୍ରୀଙ୍କ ଶାଢୀ ବଣ୍ଟା ଥିଓରିକୁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି