Masthead

ସ୍ୱର୍ଗକୁ ଗଲେ ମିଳିବ ଭତ୍ତା

ବୈପାରିଗୁଡା (ବଡ଼ ଖବର ବ୍ୟୁରୋ): ବୃଦ୍ଧାବସ୍ଥାରେ ଜଣେ ଅସହାୟ ହେବା ସ୍ୱାଭାବିକ । ଅଭାବୀ ମଣିଷ ପାଇଁ ବୃଦ୍ଧାବସ୍ଥା ଅଭିଶାପ ପାଲଟିଯାଏ । ଏହାକୁ ନଜରରେ ରଖି ସରକାର ବୃଦ୍ଧ, ବୃଦ୍ଧା ଓ ଅସହାୟଙ୍କ ସୁବିଧା ପାଇଁ କରିଛନ୍ତି ଭତ୍ତା ଯୋଜନା । କିନ୍ତୁ କେତେକ ସ୍ଥାନରେ ସଂପୃକ୍ତ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଯୋଗ୍ୟ ଲୋକେ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଦୋରାଗୁଡ଼ା ପଞ୍ଚାୟତର ଖଙ୍ଗାରପାର ଗାଁରେ । ଦନାଇ ଖିଲ ଅନେକ ଥର ସ୍ଥାନୀୟ ପଞ୍ଚାୟତ ଏବଂ ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ ହେଁ ଏବେବି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାରୁ ବଞ୍ଚିତ ରହିଛନ୍ତି । ଯୋଗ୍ୟ ବିବେଚିତ ଏହି ହିତାଧିକାରୀ ଅନେକ ଥର ଭତ୍ତାପାଇଁ ଆବେଦନ କରିଛନ୍ତି । ମାତ୍ର ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଦନାଇ ଖିଲ ଦୁଃଖର ସହିତ କହିଛନ୍ତି । ଦନାଇଙ୍କ ସ୍ୱାମୀ ବୁଦ୍ରା ଖିଲ ଆରପାରିକୁ ଚାଲିଯିବାର ଦୀର୍ଘ ୨୦ବର୍ଷ ବିତିଗଲାଣି । ମାତ୍ର ବୃଦ୍ଧା ଦନାଇ ଖିଲଙ୍କୁ ବିଧବା ଭତ୍ତା ଦେବାକୁ ସରକାର ଭୁଲିଯାଇଛନ୍ତି । ସ୍ୱର୍ଗକୁ ଗଲେ କ’ଣ ଭତ୍ତା ମିଳିବ କି ବୋଲି ୮୦ ବର୍ଷର ଦନାଇ ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼