Masthead

ଗୁରୁଜୀଙ୍କୁ ଗିରଫ କର: ଏସପି ଅଫିସ ଘେରିଲା ନୀଳମାଧବ ଆଦିବାସୀ ସଂଘ

ବେଗୁନିଆ(ବଡ଼ ଖବର ବ୍ୟୁରୋ): ମାନସ ଦାସଙ୍କୁ ଗିରଫ କର । ମାନବବାଦ ସଂଗଠନର ନିର୍ଯାତନା ବନ୍ଦ ହେଉ । ନିର୍ଯାତିତଙ୍କୁ ନ୍ୟାୟ ଦିଅ । ଏଭଳି ଦାବିରେ ବିଭିନ୍ନ ସଂଗଠନ ଘେରିଥିଲେ ଖୋର୍ଦ୍ଧା ଏସପିଙ୍କ ଅଫିସ । ନୀଳମାଧବ ଆଦିବାସୀ ସଂଘର କର୍ମକର୍ତ୍ତମାନେ ଏସପିଙ୍କୁ ସାକ୍ଷାତକରି ଦାବିପତ୍ର ଦେଇଥିଲେ । ମାନସ ଦାସ ଓ ସେମାନଙ୍କ ସମର୍ଥକମାନଙ୍କ ଗିରଫ ଦାବି କରିଥିଲେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଜମନ ବେହେରାଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲା ଶବର ସଂଘ ମଧ୍ୟ ଏସପିଙ୍କୁ ଦେଇଛି ଦାବିପତ୍ର । ଦୁଇ ସଂଘର ନେତାମାନେ ମାନବବାଦ ସଂଗଠନ ଓ ମାନସ ଦାସଙ୍କ ଉପରେ ବର୍ଷିଥିଲେ । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ବେଗୁନିଆ ବ୍ଲକ ଅଭିମାନପୁରର ସତ୍ୟବ୍ରତ ନାୟକ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ମାନବବାଦ ସଂଗଠନର ୬ ସଦସ୍ୟ ବଡ଼କ ଗାଁର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ନିର୍ଘାତ ମାଡ଼ ମାରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଅଧିକ ତଥ୍ୟ ହାସଲ ପାଇଁ ଏହି ଅଭିଯୁକ୍ତମାନଙ୍କୁ ପୋଲିସ ରିମାଣ୍ଡରରେ ନେବାକୁ କୋର୍ଟରେ ଆବେଦନ କରିଛି । ଏସପି କହିଛନ୍ତି ଅଭିଯୁକ୍ତମାନଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯିବ । ମାନସ ଦାସଙ୍କୁ ନେଇ ଖୋର୍ଦ୍ଧା ଏସପି ଅଫିସ ଆଗରେ ଉତ୍ତେଜନା ଲାଗିରହିଥିଲା । ଏହି ସମୟରେ କୋର୍ଟକୁ କୌଣସି କାମରେ ଆସିଥିଲେ ମାନସ । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଘାଇଲା ହୋଇ ସେ କହିଥିଲେ କୌଣସି ପ୍ରସଙ୍ଗରେ ମୋର ଭୂମିକା ନାହିଁ ।

ତେଣେ ବିଜେପିର ଏକ ଟିମ୍ ଅଭିମାନପୁର ଗସ୍ତ କରି ଗ୍ରାଉଣ୍ଡ ଜିରୋରୁ ରିପୋର୍ଟ ସଂଗ୍ରହ କରିଛି । ପ୍ରଶ୍ନ ଉଠୁଛି, ମାନସ ଦାସଙ୍କ ପାଖରେ ପୋଲିସ ପହଞ୍ଚିପାରୁ ନାହିଁ କାହିଁକି? ଉାନସ ଦାସଙ୍କୁ ଗିରଫ କରିବାକୁ ପୋଲିସକୁ ଆଉ କେତେ ପ୍ରମାଣ ଦରକାର? ରାଜନୈତିକ ଚାପରେ ପୋଲିସ ଚେପା ହୋଇ ଯାଉଛି କି?

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି