Masthead

ଗୁରୁଜୀଙ୍କୁ ଗିରଫ କର: ଏସପି ଅଫିସ ଘେରିଲା ନୀଳମାଧବ ଆଦିବାସୀ ସଂଘ

ବେଗୁନିଆ(ବଡ଼ ଖବର ବ୍ୟୁରୋ): ମାନସ ଦାସଙ୍କୁ ଗିରଫ କର । ମାନବବାଦ ସଂଗଠନର ନିର୍ଯାତନା ବନ୍ଦ ହେଉ । ନିର୍ଯାତିତଙ୍କୁ ନ୍ୟାୟ ଦିଅ । ଏଭଳି ଦାବିରେ ବିଭିନ୍ନ ସଂଗଠନ ଘେରିଥିଲେ ଖୋର୍ଦ୍ଧା ଏସପିଙ୍କ ଅଫିସ । ନୀଳମାଧବ ଆଦିବାସୀ ସଂଘର କର୍ମକର୍ତ୍ତମାନେ ଏସପିଙ୍କୁ ସାକ୍ଷାତକରି ଦାବିପତ୍ର ଦେଇଥିଲେ । ମାନସ ଦାସ ଓ ସେମାନଙ୍କ ସମର୍ଥକମାନଙ୍କ ଗିରଫ ଦାବି କରିଥିଲେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭଜମନ ବେହେରାଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲା ଶବର ସଂଘ ମଧ୍ୟ ଏସପିଙ୍କୁ ଦେଇଛି ଦାବିପତ୍ର । ଦୁଇ ସଂଘର ନେତାମାନେ ମାନବବାଦ ସଂଗଠନ ଓ ମାନସ ଦାସଙ୍କ ଉପରେ ବର୍ଷିଥିଲେ । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ବେଗୁନିଆ ବ୍ଲକ ଅଭିମାନପୁରର ସତ୍ୟବ୍ରତ ନାୟକ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ମାନବବାଦ ସଂଗଠନର ୬ ସଦସ୍ୟ ବଡ଼କ ଗାଁର ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ନିର୍ଘାତ ମାଡ଼ ମାରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଅଧିକ ତଥ୍ୟ ହାସଲ ପାଇଁ ଏହି ଅଭିଯୁକ୍ତମାନଙ୍କୁ ପୋଲିସ ରିମାଣ୍ଡରରେ ନେବାକୁ କୋର୍ଟରେ ଆବେଦନ କରିଛି । ଏସପି କହିଛନ୍ତି ଅଭିଯୁକ୍ତମାନଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯିବ । ମାନସ ଦାସଙ୍କୁ ନେଇ ଖୋର୍ଦ୍ଧା ଏସପି ଅଫିସ ଆଗରେ ଉତ୍ତେଜନା ଲାଗିରହିଥିଲା । ଏହି ସମୟରେ କୋର୍ଟକୁ କୌଣସି କାମରେ ଆସିଥିଲେ ମାନସ । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଘାଇଲା ହୋଇ ସେ କହିଥିଲେ କୌଣସି ପ୍ରସଙ୍ଗରେ ମୋର ଭୂମିକା ନାହିଁ ।

ତେଣେ ବିଜେପିର ଏକ ଟିମ୍ ଅଭିମାନପୁର ଗସ୍ତ କରି ଗ୍ରାଉଣ୍ଡ ଜିରୋରୁ ରିପୋର୍ଟ ସଂଗ୍ରହ କରିଛି । ପ୍ରଶ୍ନ ଉଠୁଛି, ମାନସ ଦାସଙ୍କ ପାଖରେ ପୋଲିସ ପହଞ୍ଚିପାରୁ ନାହିଁ କାହିଁକି? ଉାନସ ଦାସଙ୍କୁ ଗିରଫ କରିବାକୁ ପୋଲିସକୁ ଆଉ କେତେ ପ୍ରମାଣ ଦରକାର? ରାଜନୈତିକ ଚାପରେ ପୋଲିସ ଚେପା ହୋଇ ଯାଉଛି କି?

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି