Masthead

ଜଙ୍ଗଲ ଧ୍ୱଂସ କରିବାକୁ ଯାଉଛନ୍ତି ରାଜ୍ୟ ସରକାର

କୋଇଡ଼ା(ବଡ଼ ଖବର ବ୍ୟୁରୋ): ଜଙ୍ଗଲ ଧ୍ୱଂସ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ କୋଇଡ଼ାର ୫ ନୂତନ ଖଣି ଉପରେ ରାଜ୍ୟ ସରକାରଙ୍କ ନଜର । ସଂରକ୍ଷିତ ଜଙ୍ଗଲରେ ଅଛି ଖଣି । ବଣାଇ ବନଖଣ୍ଡର ବରସୁଆଁ ଓ କୋଇଡ଼ା ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ । ଖାଜୁରଢି, ମାଙ୍କଡ଼ନଚା, ସାରକୁଣ୍ଡା, ମେଣ୍ଢାମାରୁଣି, କାଠମାଳ ଜଙ୍ଗଲ ଲୋପ ପାଇଯିବ । ମରୁଭୂମିରେ ପରିଣତ ହେବ କୋଇଡ଼ା ଅଞ୍ଚଳ । ଲୋପ ପାଇଯିବେ ବନ୍ୟଜନ୍ତୁ ।

ଆଦିବାସୀ କୋଇଡା ଖଣି ମଣ୍ଡଳରେ ୪୦ରୁ ଅଧିକ ଖଣି ବନ୍ଦ ରହିଛି । ବନ୍ଦ ଖଣି ନ ଖୋଲି ନୂତନ ଖଣି ଖୋଲିବାକୁ ଯାଉଛନ୍ତି ରାଜ୍ୟ ସରକାର । ନୂତନ ଖଣି ଖୋଲିଲେ ପରିବେଶ ପାଇଁ ବିପଦ । ସାଧାରଣ ଜନସାଧାରଣ ଏହାକୁ ବିରୋଧ କରିଛନ୍ତି । ସରକାରଙ୍କୁ ଘାରିିଛି ରାଜକୋଷ ଚିନ୍ତା । ରାଜ୍ୟର ପରିବେଶ ନଷ୍ଟ ହେଲେ ମଧ୍ୟ କିଛି ଯାଏ ଆସେ ନାହିଁ । ଆଦିବାସୀଙ୍କ ଲୋକଙ୍କ ସହ ଖେଳ ଖେଳୁଛନ୍ତି ।କେତେ ଶିଳ୍ପର ସ୍ୱପ୍ନ ଦେଖାଇଛନ୍ତି ସରକାର । ରୋଜଗାରର କାହାଣୀ ଶୁଣାଇଛନ୍ତି । କମ୍ପାନୀ ହାତକୁ ଜମି ଟେକି ଦେଇଛନ୍ତି । କଥା ଖାଲି ଏମଓୟୁରେ ରହିଛି । ଶିଳ୍ପ ହୋଇନି, ରୋଜଗାର ନାହିଁ । ସରକାର ନିରବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ