Masthead

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠାରୁ ବିଧାନସଭା । ଆରମ୍ଭରୁ ତାତିବ, ସରକାରଙ୍କୁ ଘେରିବେ ବିରୋଧୀ । ମୁକାବିଲା ପାଇଁ ବିଜେଡିର ରଣନୀତି । କେନ୍ଦ୍ର ଅବହେଳା କଥା କହିଲେ ନବୀନ । ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ । ଆସନ୍ତା ୯ ତାରିଖ ପର୍ୟ୍ୟନ୍ତ ଚାଲିବ। ଚଳିତ ଅଧିବେଶନ ମୋଟ୍ ୮ଟି କାର୍ଯ୍ୟଦିବସ ରହିବ। ଗୋଟିଏ ଦିନ ଅର୍ଥାତ ୩ ତାରିଖରେ ପ୍ରାଇଭେଟ୍ ମେମ୍ବର୍ସ ଦିନ ରହିଛି। ପ୍ରଥମ ଦିନରେ ୭ଟି ବିଲ୍ ଓ ଗୋଟିଏ ଅଧ୍ୟାଦେଶ ଗୃହରେ ଉପସ୍ଥାପନ ହେବ। ଏହି ଅଧିବେଶନରେ ମୋଟ୍ ୧୨ଟି ବିଲ୍ ଆସିବ। ଗୃହ ଚାଲୁଥିଲା ବେଳେ ଆହୁରି ଅଧିକ ବିଲ୍ ଆସିବାର ସମ୍ଭାବନା ରହିଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

ବିଧାନସଭା ଅଧିବେଶନର ଅବଧି କମ୍ ଥିଲେ ମଧ୍ୟ ଗୃହ ସରଗରମ ହେବା ନିଶ୍ଚିତ। ପ୍ରଥମ ଦିନରୁ ଶାସକ ଓ ବିରୋଧୀ ମୁହାଁମୁହିଁ ହେବା ନେଇ ତିନି ଦଳର ହୋଇଥିବା ବିଧାୟକ ଦଳ ବୈଠକରୁ ସଙ୍କେତ ମିଳିଛି। ବିରୋଧୀଙ୍କ ହାତରେ ମାଳମାଳ ପ୍ରସଙ୍ଗ ଥିଲା ବେଳେ ବିରୋଧୀଙ୍କୁ ପାଲଟା ଆକ୍ରମଣ କରିବାକୁ ବିଜେଡି ବି ପ୍ରସଙ୍ଗ ଚୟନ କରିଛି। ବିଜେପି କେବଳ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବାକୁ ଯୋଜନା କରିଥିଲା ବେଳେ କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟର ଦୋଷ ବାହାର କରିବ। ବିଜେପି ଓ କଂଗ୍ରେସ ପକ୍ଷରୁ ପୃଥକ ପୃଥକ ଭାବେ ରଣନୀତି କରାଯାଇଥିଲେ ବି କିଛି ପ୍ରସଙ୍ଗ ସମାନ ରହିଛି।

ତେଣୁ ଏହି ପ୍ରସଙ୍ଗଗୁଡ଼ିକରେ ବିରୋଧୀ ଦଳର ସ୍ବର ଏକ ହେଲେ ସରକାର ଅଡ଼ୁଆରେ ପଡ଼ିବାର ସମ୍ଭାବନା ରହିଛି। ଏହାକୁ କିପରି ମୁକାବିଲା କରାଯିବ, ସେଥିପାଇଁ ବିଜେଡି ବି ନିଜକୁ ପ୍ରସ୍ତୁତ କରିଛି। କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ମୁଖ୍ୟ ବିରୋଧୀ ଦଳ ବିଜେପିର ମନୋବଳ ଭାଙ୍ଗିବା ପାଇଁ ବିଜେଡି ଯୋଜନା କରିଛି। ଆଜି ଗୃହରେ ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ଟ୍ରଷ୍ଟ(ସଂଶୋଧନ) ଅଧ୍ୟାଦେଶ-୨୦୨୧ ଉପସ୍ଥାପନ ହେବ।

ଏହି ଅଧ୍ୟାଦେଶକୁ ମଧ୍ୟ ବିଲ୍ ଆକାରରେ ବିଭାଗୀୟ ମନ୍ତ୍ରୀ ଗୃହରେ ଉପସ୍ଥାପନ କରିବେ। ଉପସ୍ଥାପିତ ହେବାକୁ ଥିବା ଅନ୍ୟ ୬ଟି ବିଲ୍ ହେଲା, ଓଡ଼ିଶା ବସ୍ତି ବାସିନ୍ଦାମାନଙ୍କର ଭୂମି ଅଧିକାର (ସଂଶୋଧନ) ବିଲ-୨୦୨୧, ଓଡ଼ିଶା ଜିଏସ୍ଟି ସଂଶୋଧନ ବିଲ-୨୦୨୧, ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍-୨୦୨୧, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ(ସଂଶୋଧନ) ବିଲ୍-୨୦୨୧, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଲ-୨୦୨୧ ଏବଂ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍-୨୦୨୧। ଚଳିତ ଅଧିବେଶନରେ ଷ୍ଟାର ପ୍ରଶ୍ନ ରହିବ। ସେହିପରି ଶନିବାର ବିଧାନସଭା ଚାଲିବ। ଆଜି ୧୧ ଟାରୁ ଆରମ୍ଭ ହେବ ଅଧିବେଶନ।

ଅନ୍ୟ ଦିନମାନଙ୍କରେ ସାଢ଼େ ୧୦ ଟାରୁ ଆରମ୍ଭ ହୋଇ ସାଢେ ଗୋଟାଏ ଓ ଅପରାହ୍ଣରେ ୪ ଟାରୁ ୬ଟା। ଦିନକୁ ୫ ଘଣ୍ଟା ହେବ ଗୃହ କାର୍ଯ୍ୟ। ମୁଲତବୀ ପ୍ରସ୍ତାବ ଆଲୋଚନା ରହିବ। ବିଜେପି ୪ ଟି ଓ କଂଗ୍ରେସ ୨ ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ। । ଗତଥର ଭଳି ବିଧାୟକ ମନ୍ତ୍ରୀ ବସିକି କିମ୍ବା ଠିଆ ହୋଇ ଉତ୍ତର ରଖିପାରିବେ। ବିଧାୟକ ମାନେ ଓକାକ ବିଲ୍ଡିଂ, ଲୋକ ସେବା ଭବନ ଓ ଅନ୍ୟସ୍ଥାନରେ ବସିବେ। ହାଉସରେ କୌଣସି କାଗଜ ଦିଆଜିବନି। ବିରୋଧଦଲ ନେତା ହସ୍ପିଟାଲରେ ଥିବାରୁ ଚାହିଁଲେ ଭିଡିଓ କନ୍ଫରେସରେ ଯୋଗ ଦେବେ। ମୁଲତବୀ ଆଲୋଚନ ବେଳେ ବିରୋଧୀଦଳ ୫୫ ମିନିଟ, ସରକାରୀ ଦଳ ୩୫ ମିନିଟ କହିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼