Masthead

ତାଲିବାନ ସରକାରଙ୍କ ମୁଖ୍ୟ ହେବାକୁ ଯାଉଛନ୍ତି ହିବତୁଲ୍ଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତାଲିବାନର କ୍ରୁରତା ସାରା ବିଶ୍ୱବାସୀଙ୍କ ସାମ୍ନାରେ ଅଛପା ହୋଇ ରହି ନାହିଁ । ବର୍ତ୍ତମାନ ତାଲିବାନ ଆଉ ଏକ ବଡ ପଦକ୍ଷେପ ନେଇଥିବା ସାମ୍ନାକୁ ଆସିଛି । ତାଲିବାନ ନେତା ହିବତୁଲ୍ଲାଙ୍କ ଇସାରାରେ ସମଗ୍ର ଦେଶ ଚାଲିବ ବୋଲି ସୂଚନା ମିଳିଛି । ଏହାର କେନ୍ଦ୍ର କନ୍ଦହାର ହେବାକୁ ଯାଉଛି । ଯାହାକୁ ତାଲିବାନୀମାନଙ୍କ ଗଡ ବୋଲି ମଧ୍ୟ କୁହାଯାଇଥାଏ । ତେବେ ହିବତୁଲ୍ଲା ଅଖୁଂଦଜାତା ଦୀର୍ଘ ସମୟ ଧରି ଏକ ସୁରକ୍ଷିତ ସ୍ଥାନରେ ରହିଆସୁଥିଲେ ।

ଏହା ସହ ସେ ଖୁବଶୀଘ୍ର ଦେଶ ଓ ବିଶ୍ୱ ସାମ୍ନାକୁ ଆସିବେ ବୋଲି କହିଥିଲେ । ଅପରପକ୍ଷେ ୨୦୧୬ରେ ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ପୂର୍ବତନ ନେତା ଅଖତର ମାନସୁରଙ୍କ ମୃତ୍ୟୁ ହେବା ପରେ ହିବତୁଲ୍ଲାକୁ ଏହାର ଦାୟିତ୍ୱ ଦିଆଯାଇଥିଲା । ଅନ୍ୟପଟେ ହିବତୁଲ୍ଲାଙ୍କ ବିଷୟରେ ଅଧିକ ସୂଚନା ନଥିବାରୁ ସରକାରଙ୍କ ମୁଖ୍ୟ ହେବା ପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ ବିଷୟରେ କୌଣସି ସୂଚନା ମିଳିପାରୁ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ