ଗାଁରେ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ୨ ଦିନିଆ କେନ୍ଦୁଝର ଗସ୍ତରେ ଯାଇ ନିଜ ଗାଁ ରାଇକଳାରେ ଦୀପାବଳି ପାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଘରେ ଦୀପ ଲଗାଇ ସପରିବାର ସହ ଦୀପାବଳି ଉତ୍ସବ ପାଳିଛନ୍ତି ମୁଖ୍ୟମନ୍ତ୍ରୀ। ପରେ ଗ୍ରାମବାସୀଙ୍କ ସହ ମିଶି ପାରମ୍ପରିକ ଗୀତ ଗାଇବା ସହ ମାଦଳ ବାଜା ବଜାଇଥିଲେ। ପୂର୍ବ ପରମ୍ପରା ଓ ସଂସ୍କୃତିକୁ ଭୁଲିପାରିନାହାନ୍ତି ମୁଖ୍ୟମନ୍ତ୍ରୀ। ଗାଁର ବନ୍ଦନା ପର୍ବରେ ଯୋଗ ଦେଇଛନ୍ତି ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ କାଳୀପୂଜା ଓ ଦୀପାବଳି ଉତ୍ସବ, ଯାହାକୁ ସେ ନିଜ ଗାଁରେ ପାଳନ କରିଛନ୍ତି।

ପ୍ରଥମେ ସେ ନିଜ ଗାଁ ମୁଣ୍ଡ ପଡ଼ିଆରେ ଗୋଠାଣି ପୂଜାରେ ଯୋଗ ଦେବାପରେ ନିଜ ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ପାଇଁ ସଜାଇ ହେଇଥିଲା ରାଇକଳା ଗାଁ। ଗାଁ ଦାଣ୍ଡରେ ଝିଅ, ବୋହୂମାନେ ମୁରୁଜ ପକାଇଥିଲେ। ଏଥି ସହିତ କଳସ ସଜାଯାଇଥିଲା। ମୁଖ୍ୟମନ୍ତ୍ରୀ ଗାଁରେ ପହଞ୍ଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା। କାଳୀପୂଜା ଘରେ କରିବା ସହ ଗାଁରେ ଲୋକଙ୍କ ସହିତ ନିଜକୁ ସାମିଲ କରିଥିଲେ ମୁଖ୍ୟମନ୍ତ୍ରୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!