Masthead

ବିଦ୍ୟାଙ୍କୁ ୭ ଘଣ୍ଟାର ମାରାଥନ୍ ଜେରା

ଉଦଳା (ବଡ଼ ଖବର ବ୍ୟୁରୋ): ଜେରା ପରେ ଜେରା । ବିଦ୍ୟାଭାରତୀଙ୍କୁ ଦୀର୍ଘ ୭ ଘଣ୍ଟାର ମାରାଥନ୍ ଜେରା । କ୍ରାଇଇବ୍ରାଞ୍ଚର ପ୍ରଶ୍ନ ବାଣରେ ଘାଇଲା ବିଦ୍ୟାଭାରତୀ । ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଘନ ଘନ ଜେରା କରିଛି କ୍ରାଇମବ୍ରାଞ୍ଚ। ୨ଜଣ ମହିଳା ଅଫିସରଙ୍କ ସହ ୫ଜଣିଆ ଟିମ୍ କପ୍ତିପଦାରେ ପହଞ୍ଚି ଜେରା କରିଛନ୍ତି। ବିଦ୍ୟାଭାରତୀଙ୍କୁ ପ୍ରାୟ ୭ ଘଣ୍ଟାର ଜେରା ଭିତରେ ପ୍ରାୟ ୬୦ରୁ ୭୦ଟି ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି । ଦିନ ୨ଟା ଠାରୁ ରାତି ସାଢେ ଆଠଟା ଯାଏଁ ମାରାଥନ୍ ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଏହାସହ ଦରକାର ପଡିଲେ ବିଦ୍ୟାଭାରତୀଙ୍କୁ ପୁଣି ଥରେ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି ।

ବିଦ୍ୟାଭାରତୀଙ୍କ ସହ ତାଙ୍କ ବାପା ମାଙ୍କୁ ମଧ୍ୟ ଜେରା କରୁଛି କ୍ରାଇମବ୍ରାଞ୍ଚ। ବିଦ୍ୟାଙ୍କୁ ଜେରା ପାଇଁ କ୍ରାଇମ ଏଗ୍ନଷ୍ଟ ଓମେନ ଶାଖାର ଦୁଇଜଣ ମହିଳା ଅଫିସର ରହିଛନ୍ତି। କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରୁଛି ସ୍ଥାନୀୟ ପୋଲିସ । କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର ନେଉଛନ୍ତି ଏହି ଟିମର ନେତୃତ୍ୱ ନେଇଛନ୍ତି । ଏହି ଘଟଣାରେ ଡିଏଫଓଙ୍କ ଉପରେ ଅଙ୍ଗୁଳି ଉଠିଛି । ଏହାସହ ସନ୍ଦେହ ଘେରକୁ ଆସିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏଠାରେ ପ୍ରଶ୍ନ ଉଠୁଛି ସ୍ୱାମୀଙ୍କ ମୃତ୍ୟୁ ହୋଇଛି, ବିଦ୍ୟାଭାରତୀ ଚୁପ କାହିଁକି? ସୌମ୍ୟ ପରିବାରକୁ ନ୍ୟାୟ ଦେଇପାରିବ ତ କ୍ରାଇମବ୍ରାଞ୍ଚ । ଗତକାଲି କ୍ରାଇମ୍ବ୍ରାଞ୍ଚର ୪ଜଣିଆ ଟିମ୍ ଖଇରାର ବେଗୁନିଆରେ ପହଞ୍ଚି ସୌମ୍ୟଙ୍କ ପରିବାରର ସଦସ୍ୟଙ୍କୁ ପଚରାଉଚରା କରିଥିଲା। କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଟିମ୍ ସୌମ୍ୟଙ୍କ ବାପା, ମା, ମାମୁ ଓ ମାଇଁଙ୍କୁ କରିଥିଲା ପଚରାଉଚରା। ଦୀର୍ଘ ସାଢ଼େ ତିନି ଘଣ୍ଟାର ପଚରାଉଚରା ପରେ କିଛି ତଥ୍ୟ ହାସଲ କରିଛି କ୍ରାଇମ୍ବ୍ରାଞ୍ଚ ଟିମ୍। ବିଦ୍ୟାଭାରତୀ ଚାକିରି କରିବା ଓ ସୌମ୍ୟ କହିଥିବା କଥା, ଗୋଟି ଗୋଟି କରି କ୍ରାଇମବ୍ରାଞ୍ଚ ଆଗରେ କହିଛନ୍ତି ପରିବାର ଲୋକ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼