Before Header

ଲୁଟବେଳେ ଗୁଳିମାଡ଼

0 54

ବାରିପଦା (ବଡ଼ ଖବର ବ୍ୟୁରୋ):  ବ୍ୟବସାୟୀଙ୍କୁ ଲୁଟ ସମୟରେ ହେଲା ଗୁଳିମାଡ଼ । ଦୁର୍ବୃତ୍ତକୁ କାବୁ କରିବା ସହ ନିର୍ଧୂମ ଛେଚିଲେ ସ୍ଥାନୀୟ ବାସିନ୍ଦା । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଂଚଳରେ। ଗତକାଲି ରାତିରେ ବହଳଦା ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀ ଘରକୁ ଫେରୁଥିଲେ ।

ଦୁଇ ଲୁଟେରା ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟୁ ପାଇଁ ଆସିଲାବେଳେ ଲୁଟେରାଙ୍କୁ ବିରୋଧ କରିବାରୁ ଲୁଟେରା ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼ କରିଛନ୍ତି । ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଟାଟା ସ୍ଥିତ ଡାକ୍ତରଖାନାକୁ ପଠାଯାଇଛି । ଦୁଇ ଜଣ ଲୁଟେରା ଚମ୍ପଟ ମାରିଥିବା ବେଳେ ଅନ୍ୟ ଜଣେ ଦୁର୍ବୃତ୍ତକୁ କାବୁ କରି ମାଡ଼ ମାରିଛନ୍ତି ସ୍ଥାନୀୟ ବାସିନ୍ଦା । ଲୁଟେରାକୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.