Masthead

ଦିଲ୍ଲୀ ପୋଲିସକୁ କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ପୋଲିସକୁ ଭର୍ତ୍ସନା କଲେ କୋର୍ଟ । କୋର୍ଟ କହିଛନ୍ତି କି ଦଙ୍ଗାର ସବୁଠାରୁ ଖରାପ ଯାଞ୍ଚ କରିଛି ଦିଲ୍ଲୀ ପୋଲିସ । ଯେତେବେଳେ ଆଗାମୀ ପିଢ଼ୀ ଇତିହାସ ପଢ଼ିବ ସେତେବେଳେ ଦେଶର ପୋଲିସର ଏଭଳି ଦଙ୍ଗା ମାମଲାରେ ଖରାପ ଯାଞ୍ଚ କରିଥିବା ଜାଣି ନିହାତି କଷ୍ଟ ଅନୁଭବ କରିବ । ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି କି ପୋଲିସର ଯାଂଚ ସମ୍ବେଦନହୀନ ଓ ନିଷ୍କ୍ରିୟ ପ୍ରମାଣିତ ହୋଇଛି । କୋର୍ଟ ଆହୁରି କହିଛନ୍ତି କି ଜଣେ କନେଷ୍ଟବଳଙ୍କୁ ସାକ୍ଷୀଭାବେ ପ୍ଲାଣ୍ଟ କରାଯାଇ ମାମଲାର ମୋଡ ବଦଳାଇବାକୁ ଚେଷ୍ଟା କରିଛି ପୋଲିସ ।

ଏହାସହ ଏଭଳି ଯାଂଚ ଦ୍ୱାରା କେବଳ କରଦାତାଙ୍କ ଅର୍ଥକୁ ନଷ୍ଟ କରାଯାଇଛି । ଏହାସହ କେବଳ ଏଭଳି ମାମଲାରେ ପୋଲିସ କୋର୍ଟଙ୍କ ଆଖିରେ ପଟି ବାନ୍ଧିବାକୁ ଚେଷ୍ଟା କରୁଥିବା ଭଳି ଅନୁମାନ ହେଉଥିବା କଥା ଜଷ୍ଟିସ ବିନୋଦ ଯାଦବ କହିଛନ୍ତି ।

୨୦୨୦ ମସିହାରେ ଦିଲ୍ଲୀର ସାହିନବାଗରେ ଏନଆରସି ଓ ସିଏଏକୁ ନେଇ ଚାଲିଥିବା ଆନ୍ଦୋଳନ ସମୟରେ ଦିଲ୍ଲୀରେ ଦଙ୍ଗା ସୃଷ୍ଟି ହୋଇଥିଲା । ଏଥିରେ ଗୋଟିଏ ଗୋଷ୍ଠୀ କିଛି ଦୋକାନ ବଜାର ପୋଡିଦେବା ସହ ଏହି ଦଙ୍ଗାରେ ପାଖା ପାଖି ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା 🔴 ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ 🔴 ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା 🔴 ସାପ କାମୁଡ଼ାରେ ୪ଜଣଙ୍କ ମୃତ୍ୟୁ 🔴 ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା