Masthead

ଦିଲ୍ଲୀ ପୋଲିସକୁ କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ପୋଲିସକୁ ଭର୍ତ୍ସନା କଲେ କୋର୍ଟ । କୋର୍ଟ କହିଛନ୍ତି କି ଦଙ୍ଗାର ସବୁଠାରୁ ଖରାପ ଯାଞ୍ଚ କରିଛି ଦିଲ୍ଲୀ ପୋଲିସ । ଯେତେବେଳେ ଆଗାମୀ ପିଢ଼ୀ ଇତିହାସ ପଢ଼ିବ ସେତେବେଳେ ଦେଶର ପୋଲିସର ଏଭଳି ଦଙ୍ଗା ମାମଲାରେ ଖରାପ ଯାଞ୍ଚ କରିଥିବା ଜାଣି ନିହାତି କଷ୍ଟ ଅନୁଭବ କରିବ । ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି କି ପୋଲିସର ଯାଂଚ ସମ୍ବେଦନହୀନ ଓ ନିଷ୍କ୍ରିୟ ପ୍ରମାଣିତ ହୋଇଛି । କୋର୍ଟ ଆହୁରି କହିଛନ୍ତି କି ଜଣେ କନେଷ୍ଟବଳଙ୍କୁ ସାକ୍ଷୀଭାବେ ପ୍ଲାଣ୍ଟ କରାଯାଇ ମାମଲାର ମୋଡ ବଦଳାଇବାକୁ ଚେଷ୍ଟା କରିଛି ପୋଲିସ ।

ଏହାସହ ଏଭଳି ଯାଂଚ ଦ୍ୱାରା କେବଳ କରଦାତାଙ୍କ ଅର୍ଥକୁ ନଷ୍ଟ କରାଯାଇଛି । ଏହାସହ କେବଳ ଏଭଳି ମାମଲାରେ ପୋଲିସ କୋର୍ଟଙ୍କ ଆଖିରେ ପଟି ବାନ୍ଧିବାକୁ ଚେଷ୍ଟା କରୁଥିବା ଭଳି ଅନୁମାନ ହେଉଥିବା କଥା ଜଷ୍ଟିସ ବିନୋଦ ଯାଦବ କହିଛନ୍ତି ।

୨୦୨୦ ମସିହାରେ ଦିଲ୍ଲୀର ସାହିନବାଗରେ ଏନଆରସି ଓ ସିଏଏକୁ ନେଇ ଚାଲିଥିବା ଆନ୍ଦୋଳନ ସମୟରେ ଦିଲ୍ଲୀରେ ଦଙ୍ଗା ସୃଷ୍ଟି ହୋଇଥିଲା । ଏଥିରେ ଗୋଟିଏ ଗୋଷ୍ଠୀ କିଛି ଦୋକାନ ବଜାର ପୋଡିଦେବା ସହ ଏହି ଦଙ୍ଗାରେ ପାଖା ପାଖି ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ