Masthead

ସ୍ୱର୍ଣ୍ଣ ଜିତିଲେ ସୁନା ପୁଅ ପ୍ରମୋଦ ଭଗତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ପୁରୁଷ ଏକକ ବର୍ଗରେ ସୁନା ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି । ଏହା ସହିତ ପ୍ରଥମ ଭାରତୀୟ ଭାବେ ସେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ହତେଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଏ ଯାଏଁ କୌଣସି ଭାରତୀୟ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତି ନାହାନ୍ତି ।

ଭଗତ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଖୁସି ଆଣିଛନ୍ତି । ଫାଇନାଲରେ ସେ ତାଙ୍କ ବ୍ରିଟେନ ପ୍ରତିନ୍ଦ୍ୱନ୍ଦୀଙ୍କୁ ୨୧-୧୪,୨୧-୧୭ ସେଟରେ ହରାଇଛନ୍ତି । ଆଜିର ସେମିଫାଇନାଲ ମ୍ୟାଚରେ ପ୍ରମୋଦଙ୍କ ସହ ଜାପାନର ଫୁଜାହାରାଙ୍କ ସହ ହୋଇଥିଲା । ମ୍ୟାଚକୁ ପ୍ରମୋଦ ପ୍ରଥମେ ଏକ ତରଫା ଭାବେ ୨-୦ ସେଟରେ ଜିତି ଫାଇନାଲରେ ପ୍ରବେଶ କରିଥିଲେ । ଓ ଏହା ପରେ ଦ୍ୱିତୀୟ ସେଟରେ ଜବରଦସ୍ତ ପ୍ରଦର୍ଶନ ଦେଖାଇଥିଲେ ପ୍ରମୋଦ । ତେବେ ଏହି ସେଟକୁ ୨୧-୧୬ରେ ଜିତି ପ୍ରମୋଦ ସ୍ୱର୍ଣ୍ଣ ହତେଇବାରେ ସଫଳ ହୋଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ