Before Header

ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା; ତଦନ୍ତ କରିବ ସିବିଆଇ

0 14

ବଡ଼ ଖବର ବ୍ୟୁରୋ: ଅଖିଳ ଭାରତୀୟ ଆଖଡା ପରିଷଦର ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏପରିକି ତାଙ୍କ ମୃତ୍ୟୁକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଆସୁଛି । ଏହା ମଧ୍ୟରେ ଉତ୍ତରପ୍ରଦେଶ ସରକାର ଏହି ମୃତ୍ୟୁ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଏପରି ସୁପାରିସ କରାଯାଇଛି ।

ବର୍ତ୍ତମାନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶରେ ସିବିଆଇ ଟିମ ଗଠନ କରି ଉତ୍ତରପ୍ରଦେଶ ପୁଲିସ ପାଖରୁ ତଦନ୍ତ ଦାୟିତ୍ୱ ଗ୍ରହଣ କରାଯିବ । ଅନ୍ୟପଟେ ମହନ୍ତଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗରେ ଗିରଫ ହୋଇଥିବା ଆନନ୍ଦ ଗିରି ଏବଂ ଆଦ୍ୟା ତିୱାରୀଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି ।

Leave A Reply

Your email address will not be published.