Before Header

ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ଟିଏମସିରେ ମିଶିଲେ ବିଜେପି ବିଧାୟକ

0 73

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କିଛି ସମୟ ପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭା ଉପ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଏହାର କିଛି ସମୟ ପରେ ତୃଣମୂଳ କଂଗ୍ରେସରେ ମିଶିଥିଲେ କାଲିଗଞ୍ଜର ବିଜେପି ବିଧାୟକ ସୋମେନ ରୟ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ସରଗରମ ହୋଇ ଉଠିଥିଲା ।

ଅପରପକ୍ଷେ ବିଧାୟକ ଜଣଙ୍କ ବିଜେପିରେ ମିଶିବା ପୂର୍ବରୁ ତୃଣମୂଳ କଂଗ୍ରେସରେ ଥିଲେ । ଯାହାଫଳରେ ବର୍ତ୍ତମାନ ବିଧାୟକଙ୍କର କାର୍ଯ୍ୟକୁ ଘର ବାହୁଡା ବୋଲି କହିଛି ତୃଣମୂଳ କଂଗ୍ରେସ । ଅନ୍ୟପଟେ ବିଧାନସଭା ନିର୍ବାଚନରେ ବିଜେପି ମୋଟ ୭୧ଟି ଆସନ ଜିତିଥିଲା । ହେଲେ ଚାରି ସପ୍ତାହ ମଧ୍ୟରେ ୪ ଜଣ ବିଜେପି ବିଧାୟକ ଟିଏମସିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.